କନକ ବ୍ୟୁରୋ: ଚଳିତ ଆଇପିଏଲରେ ପ୍ରଥମ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ । ସେମିଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରି ଫାଇନାଲ ଟିକେଟ ହାତେଇଛି ଶ୍ରେୟସ ଆୟାର ନେତୃତ୍ୱାଧୀନ ଟିମ୍ ।
ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା ହାଇଦ୍ରାବାଦ ଟିମ୍ । ୧୯.୩ ଓଭରରେ ପୂରା ଟିମ୍ ଅଲଆଉଟ୍ ହୋଇଯାଇଥିଲେ । ତେବେ ୧୬୦ ରନର ଟାର୍ଗେଟକୁ ମାତ୍ର ୨ ୱିକେଟ ହରାଇ ହାସଲ କରିନେଇଛି କୋଲକାତା । ହାଇଦ୍ରାବାଦ ପକ୍ଷରୁ ଦୁଇ ଓପନର ଭଲ ଆରମ୍ଭ କରିଥିବା ବେଳେ ଭେଙ୍କଟେସ ଆୟାର ଓ ଅଧିନାୟକ ଶ୍ରେୟସ ଆୟାର ଅର୍ଦ୍ଧଶତକ ମାରିବା ସହ ଦଳକୁ ବିଜୟୀ କରାଇଛନ୍ତି । ଭେଙ୍କଟେସ ଅପରାଜିତ ୫୧ ରନ କରିଥିବା ବେଳେ ଶ୍ରେୟସ ଅପରାଜିତ ୫୮ କରିଛନ୍ତି । ୨୦୨୧ ପରେ ପୁଣି ଥରେ ଫାଇନାଲକୁ ଯାଇଛି ଦଳ । ୨୦୨୧ ଫାଇନାଲରେ ଚେନ୍ନାଇଠାରୁ ପରାସ୍ତ ହୋଇଥିଲା କୋଲକାତା । ସେପଟେ ଫାଇନାଲକୁ ଯିବା ପାଇଁ ହାଇଦ୍ରାବାଦ ପାଖରେ ଆଉ ଏକ ସୁଯୋଗ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/c-2.jpg)