କନକ ବ୍ୟୁରୋ : ଶୁଭମନ ଗିଲଙ୍କ ଦମଦାର ପାଳି ବଳରେ ୧୭୪ ରନ କରିବାରେ ସକ୍ଷମ ହୋଇଛି କୋଲକାତା ନାଇଟ ରାଇଡରର୍ସ ଦଳ । ଫଳରେ ରାଜସ୍ଥାନ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି କୋଲକାତା । ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବାକୁ ହେଲେ ଆରମ୍ଭରୁ ଭଲ ଖେଳିବାକୁ ହେବ ।
ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କୋଲକାତା ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ କୋଲକାତା ବ୍ୟାଟ୍ସମ୍ୟାନମାନେ ବଡ ରନ କରିବାରେ ସଫଳ ହୋଇପାରିନଥିଲେ । ଦଳ ପକ୍ଷରୁ ଶୁଭମନ ଗିଲ ୪୭ ଓ ରସେଲ ୩ ଛକା ବଳରେ ୨୪ ରନ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୭୪ ରନ କରିବାରେ ସକ୍ଷମ ହୋଇଥିଲା ।
ଏବେ ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ରାଜସ୍ଥାନ ଦଳ । ଏହି ମ୍ୟାଚ ଜିତିବା ପାଇଁ ରାଜସ୍ଥାନ ପାଖରେ ଯଥେଷ୍ଟ କ୍ଷମତା ରହିଛି । ଦଳ ପ୍ରଥମରୁ ଆକ୍ରାଣାତ୍ମକ ଖେଳିବାକୁ ପ୍ରୟାସ କରିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/EjK8fz8U8AMWWqD.jpg)