କୋଲକାତା ହାଇକୋର୍ଟ ମମତାଙ୍କୁ ଦେଲେ ବଡ ଝଟକା । ଜାଣନ୍ତୁ କଣ ରହିଛି ପୂରା ଘଟଣା ।

Advertisment
ପଶ୍ଚିମବଙ୍ଗରେ ଉପନିର୍ବାଚନ: ଭବାନୀପୁର ଆସନ ପାଇଁ ନାମାଙ୍କନ ଦାଖଲ କଲେ ମମତା

କନକ ବ୍ୟୁରୋ :  କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗ ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି । ବାସ୍ତବରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି । ଯେଉଁଥିରେ ଏନଏଚଆରସି( ଜାତୀୟ ମାନବାଧିକାର କମିଶନ) ଟିମକୁ ପଶ୍ଚିମବଙ୍ଗକୁ ଆସିବା ବନ୍ଦ କରିବାକୁ ଦାବି କରାଯାଇଥିଲା। ସୂଚନା ଥାଉ କି ଯେ ଜୁନ୍ ୧୮ ରେ ହାଇକୋର୍ଟ କହିଥିଲେ ଯେ ଏନଏଚଆରସିର ଏକ ଟିମ୍ ନିର୍ବାଚନ ଫଳାଫଳ ଘୋଷଣା ପରେ ହୋଇଥିବା ହିଂସା ଘଟଣାର ତଦନ୍ତ କରି ବେଞ୍ଚରେ ରିପୋର୍ଟ ଦାଖଲ କରିବେ। କୋଲକାତା ହାଇକୋର୍ଟର ଏହି ଆଦେଶ ବିରୋଧରେ ପୁନର୍ବିଚାର କରିବାକୁ ମମତାଙ୍କ ସରକାର ପୁଣି ହାଇକୋର୍ଟରେ ଆବେଦନ କରିଥିଲେ ।

ତେବେ ଆଜି ଏହି ଆବେଦନକୁ ନେଇ ଶୁଣାଣି ହୋଇଥିଲା ଏବଂ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ। ଏହି ଆବେଦନରେ ପଶ୍ଚିମବଙ୍ଗ ସରକାର ଦାବି କରିଛନ୍ତି ଯେ ସେହି ହିଂସାକୁ ରାଜନୀତିକରଣ କରିବାକୁ ଉଦ୍ୟମ କରାଯାଇଥିଲା, ତେଣୁ ହାଇକୋର୍ଟ ଏହି ଆଦେଶ ପ୍ରତ୍ୟାହାର କରିବା ଉଚିତ୍।

ସୂଚନା ଥାଉ କି ଯେ ଜୁନ୍ ୧୮ ରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ଜିନ୍ଦଲ, ଜଷ୍ଟିସ୍ ଇନ୍ଦ୍ର ପ୍ରସନ୍ନ ମୁଖାର୍ଜୀ, ଜଷ୍ଟିସ୍ ସୋମେନ୍ ସେନ୍, ଜଷ୍ଟିସ୍ ହରିଶ ଟଣ୍ଡନ୍ ଏବଂ ଜଷ୍ଟିସ୍ ସୁବ୍ରତ ତାଲୁକଦାରଙ୍କ ପାଞ୍ଚ ଜଣିଆ ବେଞ୍ଚ ନିର୍ଦ୍ଦେଶ ଦେଇଥିଲେ ଯେ ନିର୍ବାଚନ ଫଳାଫଳ ପରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଏନଏଚଆରସିର ଏକ ଟିମ୍ ତଦନ୍ତ କରି ବେଞ୍ଚରେ ରିପୋର୍ଟ ଦାଖଲ କରିବେ । ଯାହାକୁ ମମତାଙ୍କ ସରକାର ବିରୋଧ କରି ରାୟର ପୁନର୍ବିଚାର କରିବାକୁ ଆବେଦନ କରିଥିଲେ।  ଆଉ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe