କନକ ବ୍ୟୁରୋ : ଦିଲ୍ଲୀ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି କୋଲକାତା । ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ୱିକେଟରେ ମାତ୍ ଦେଇଛି କୋଲକାତା ନାଇଟ୍ ରାଇଡର୍ସ । ଶୁଭମାନ ଗିଲ୍ ଏବଂ ନିତିଶ ରାଣାଙ୍କ ଦମଦାର ବ୍ୟାଟିଂ ବଳରେ ମ୍ୟାଚ୍ ବିଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି କୋଲକାତା ।
ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ଆଇପିଏଲର ୪୧ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରିଷଭ ପନ୍ଥଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଇୟନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସ । ତେବେ କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କ୍ରମାଗତ ୱିକେଟ୍ ପତନର ସାମ୍ନା କରିଥିଲା ଦିଲ୍ଲୀ । କୋଲକାତା ନାଇଟ୍ ରାଇଡର୍ସର ଘାତକ ବୋଲିଂ ଆଗରେ ଘାଇଲା ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୯ଟି ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ଦିଲ୍ଲୀ ଆଜି ବ୍ୟାଟିଂରେ ଫିକା ପ୍ରଦର୍ଶନ କରିଥିଲା । ତେବେ ଜବାବରେ କୋଲକାତା ଏକ ସହଜ ବିଜୟ ହାସଲ କରିନେଇଛି ।