ବାଙ୍ଗାଲୋର ବୋଲରଙ୍କ ଘାତକ ବୋଲିଂ । ମାତ୍ର ୮୪ ରନ କଲା କୋଲକାତା । ବାଙ୍ଗାଲୋର ଆଗରେ ୮୫ ରନ ଟାର୍ଗଟ । 

155

କନକ ବ୍ୟୁରୋ : ଆଜିର ମ୍ୟାଚରେ ବାଙ୍ଗାଲୋରର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଫଳରେ ମାତ୍ର ୮୪ ରନ କରିବାରେ ସକ୍ଷମ ହୋଇଛି କୋଲକାତା । ଏହାସହ ଏବେ ବାଙ୍ଗାଲୋର ଆଗରେ ୮୫ ରନର ବିଜୟ ଲକ୍ଷ୍ୟ ରହିଛି । ବାଙ୍ଗାଲୋର ଏହି ସହଜ ବିଜୟ ଲକ୍ଷ୍ୟ ନେଇ ଏବେ ପଡିଆକୁ ଓହ୍ଲାଇବ ।

ଏହି ମ୍ୟାଚରେ କୋଲକାତା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ କୋଲକାତା ସଫଳ ବ୍ୟାଟିଂ କରିପାରିନଥିଲା । ବାଙ୍ଗାଲୋର ବୋଲବମାନେ ଘାତକ ବୋଲିଂ କରିଥିଲେ । ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ୪ ଓଭର ପକାଇ ୨ଟି ମେଡେନ ଓ ୩ଟି ୱିକେଟ ନେବା ସହ ମାତ୍ର ୮ ରନ ଦେଇଥିଲେ । ସେହିପରି କୋଲକାତା ପକ୍ଷରୁ ମୋର୍ଗାନ ସର୍ବାଧିକ ୩୦ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୮୪ ରନ କରିବାରେ ସକ୍ଷମ ହୋଇଛି ।

ଏବେ ମାତ୍ର ୮୫ ରନର ବିଜୟ ଲ କ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର । ବାଙ୍ଗାଲୋରରେ ବିରାଟ କୋହଲି, ଡିଭିଲିୟର୍ସଙ୍କ ଭଳି ଖେଳାଳି ରହିଛନ୍ତି । ବାଙ୍ଗାଲୋରକୁ ଏହି ବିଜୟ ସହଜ ରହିବ ।