ବୟସ କେବଳ ଏକ ସଂଖ୍ୟା ମାତ୍ର। ଏକଥା ପୁଣି ଥରେ ପ୍ରମାଣ କରି ଦେଇଛନ୍ତି ପଶ୍ଚିମବଙ୍ଗର ପ୍ରେସିଡେନ୍ସି ବିଶ୍ବବିଦ୍ୟାଳୟରେ ପାଠ ପଢ଼ାଉଥିବା ଅତିଥି ଅଧ୍ୟାପିକା ନନ୍ଦିନୀ ରାହା। ଯେଉଁ ବୟସରେ ନାନାଦି ସ୍ବାସ୍ଥ୍ୟ ସମସ୍ୟାରେ ଲୋକେ ଘାଣ୍ଟି ହେଉଛନ୍ତି ସେହି ବୟସରେ ନନ୍ଦିନୀ ବିନା ପାଉଣାରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ପାଖାପାଖି ୨ ଦଶନ୍ଧି ହେବ ସେ ଏଠାରେ ଅଧ୍ୟାପନା କାର୍ୟ୍ୟରେ ଜଡ଼ିତ। ବେଥୁନ୍ କଲେଜ୍ରେ ୩୭ ବର୍ଷ ଅତିବାହିତ କରିବା ପରେ ନନ୍ଦିନୀ ୨୦୦୦ ମସିହାରେ ପ୍ରେସିଡେନ୍ସି କେଲଜ୍ର ପଦାର୍ଥ ବିଜ୍ଞାନ ବିଭାଗରେ େଯାଗଦେଇଛନ୍ତି।
ବିନା ପାରିଶ୍ରମିକରେ ପ୍ରଫେସର ନନ୍ଦିନୀ ଏଠାରେ ପାଠ ପଢ଼ାଇ ଆସୁଛନ୍ତି। ପୂର୍ବରୁ ନନ୍ଦିନୀଙ୍କୁ ଅନେକ ଥର ଅବସର ନେବାକୁ କୁହାଯାଇଥିଲେ ମଧ୍ୟ ସେ ଅବସର ନେଇନାହାନ୍ତି। ସେ କହିଛନ୍ତି ଅଧ୍ୟାପନା କାମ ଛାଡ଼ିଦେଲେ ଅନ୍ୟ କିଛି କାମ ସେ କରି ପାରିବେନି। ତେଣୁ ଶରୀର ସକ୍ଷମ ଥିବା ପର୍ୟ୍ୟନ୍ତ ସେ ଅଧ୍ୟାପନା କାର୍ୟ୍ୟ ଜାରି ରଖିବେ ବୋଲି କହିଛନ୍ତି। ନନ୍ଦିନୀ ପ୍ରତ୍ୟହ ରାଜାବଜାରରୁ ରିକ୍ସା ଯୋଗେ ପ୍ରେସିଡେନ୍ସି ବିଶ୍ବବିଦ୍ୟାଳୟକୁ ଯାଆନ୍ତି। ସେଠାରୁ ସେ ଘରକୁ ଫେରିବାପାଇଁ ସହକର୍ମୀମାନେ କ୍ୟାବ୍ କରିଦିଅନ୍ତି। ନନ୍ଦିନୀ କହିଛନ୍ତି କୌଣସି ଜିନିଷ ସ୍ଥାୟୀ ରହେନା। ସବୁକିଛି ବଦଳିଯାଏ। କିନ୍ତୁ ଏହି ପରିବର୍ତ୍ତନକୁ ଗ୍ରହଣ କରିବାକୁ ପଡ଼ିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/Sequence-1-01293814.jpg)