ଶୁଭମନ ଗିଲଙ୍କ ଅର୍ଦ୍ଧଶତକ । ୧୪୯ ରନ କଲା କୋଲକାତା । ପଞ୍ଜାବ ଆଗରେ ୧୫୦ ଟାର୍ଗେଟ ।

144

କନକ ବ୍ୟୁରୋ : ଆଜିର ମ୍ୟାଚରେ ଶୁଭମନ ଗିଲଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ୧୪୯ ରନ କରିବାରେ ସକ୍ଷମ ହୋଇଛି କୋଲକାତା ଦଳ । ଏବେ ପଞ୍ଜାବ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ ପାଳି ଖେଳିବାକୁ ହେବ ।

ପଞ୍ଜାବ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କୋଲକାତା ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । କୋଲକାତା ବ୍ୟାଟ୍ସମ୍ୟାମମାନେ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲେ । ହେଲେ ପରେ ଶୁଭମନ ଗିଲ ଓ ମୋର୍ଗାନ ଭଲ ପ୍ରଦର୍ଶନ କକରିଥିଲେ । ଦଳ ପକ୍ଷରୁ ଗିଲ୍ ୫୭, ମୋର୍ଗାନ ୪୦ ଓ ଲକି ଫାର୍ଗୁସନ ୨୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୪୯ ରନ କରିଥିଲା ।

ଏବେ ପଞ୍ଜାବ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ରହିଛି । ଦଳରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଓ କ୍ରିସ ଗେଲଙ୍କ ଭଳି ଖେଳାଳି ରହିଛନ୍ତି ।