କୋଇଡା ବ୍ଲକ ବଲଡିହି ଗାଁରେ ଅଭାବନୀୟ ଘଟଣା । ରାକ୍ଷୀ କିଣିବାକୁ ମାଆ ଟଙ୍କା ନ ଦେବାରୁ ପୁଅର ଆତ୍ମହତ୍ୟା

90

କନକ ବ୍ୟୁରୋ : ରାକ୍ଷୀ କିଣିବାକୁ ମାଆକୁ ଟଙ୍କା ମାଗିଲା ପୁଅ, ଆଉ ମାଆ ଟଙ୍କା ନଦେବାରୁ ପୁଅ ଆତ୍ମହତ୍ୟା କରିଛି । କୋଇଡା ବ୍ଲକ ବଲଡିହି ଗାଁରେ ରକ୍ଷା ବନ୍ଧନକୁ ହସଖୁସିର ମାହୋଲ ଭିତରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଉଛନ୍ତି ବଲଡିହି ଗାଁର ଗୁଲୁ ନାଏକଙ୍କ ୧୭ ବର୍ଷ ବୟସ୍କ ନାବାଳକ ପୁଅ ସଞ୍ଜୟ ନାଏକ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତକାଲି ରାକ୍ଷୀ କିଣିବାକୁ ସଞ୍ଜୟ ମାଆଙ୍କୁ ୫୦ଟଙ୍କା ମାଗିଥିଲା । ମାଆ ଗୁଲୁ ନାଏକ ପାଖରେ ଟଙ୍କା ନାହିଁ କହି ମନା କରିଥିଲେ ।

ଏହାପରେ ଗୁଲୁ ନାଏକ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଉଛନ୍ତି, ଆସିଲେ ଟଙ୍କା ଦେବେ ବୋଲି ପୁଅ ଜଣାଇ ଘରୁ ବାହାରି ଯାଇଥିଲେ । ସନ୍ଧ୍ୟାରେ ଗୁଲ ନାଏକ ଘରକୁ ଫେରି କବାଟ ଖୋଲିବା ପରେ ପୁଅର ଝୁଲନ୍ତା ମୃତଦେହ ଦେଖିଥିଲେ । ପାଖ ପଡୋଶୀଙ୍କ ଠାରୁ ଖବର ପାଇ କୋଇଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଲାଇଛି । ସ୍ଥାନୀୟ ଲୋକେ କହିଛନ୍ତି ମୃତ ସଞ୍ଜୟଙ୍କ ବାପା ବହୁ ବର୍ଷ ତଳେ ମୃତ୍ୟୁ ହୋଇଥିଲା ଓ ଘରେ ବିଧବା ମାଆ, ଦୁଇ ଭଉଣୀ ଓ ସଞ୍ଜୟ ରହୁଥିଲେ ।