ଅବ୍ୟବସ୍ଥା ଘେରରେ କୋଇଡ଼ା ସାନ ପୁରୁଣା ପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। କାନ୍ଥରେ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ। 

ଅବ୍ୟବସ୍ଥା ଘେରରେ କୋଇଡ଼ା ସାନ ପୁରୁଣା ପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। କାନ୍ଥରେ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ। 

କନକ ବ୍ୟୁରୋ: ଡିଜିଟାଲ ଯୁଗ । ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି । ଘରେ ବସି ପିଲା ଅନଲାଇନା ପାଠ ପଢ଼ୁଛନ୍ତି । ହେଲେ ଏବେବି ପିଲାଙ୍କୁ ପାଠପଢ଼ିବାକୁ ସ୍କୁଲରେ ମିଳୁନି ବ୍ଲାକବୋର୍ଡ । ବିଦ୍ୟାଳୟର କାନ୍ଥରେ ଗଢ଼ା ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଖଣି ଖାଦନ ଭରା ସୁନ୍ଦରଗଡ଼ କୋଇଡ଼ା ବ୍ଲକ ସାନ ପୁରୁଣା ପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଶିକ୍ଷା ବ୍ୟବସ୍ଥାର ଅଜବ ଚିତ୍ର । ଶ୍ରେଣୀ ଗୃହରେ ବ୍ଲାକବୋର୍ଡ ନଥିବାରୁ କାନ୍ଥରେ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ ।

ଧଳାକାନ୍ଥରେ ରଙ୍ଗୀନ ଚକ୍ ମାଧ୍ୟମରେ କାନ୍ଥରେ ପିଲାମାନଙ୍କୁ ପଢ଼ାଉଛନ୍ତି । ଏଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ଥିବା ବେଳେ ୩ଜଣ ଶିକ୍ଷକ ୪୭ଜଣ ଛାତ୍ରଛାତ୍ରୀଙ୍କୁ ପାଠପଢା଼ନ୍ତି । ବ୍ଲାକବୋର୍ଡ ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବାଲମତି ମୁଣ୍ଡା ବିଇଓ କାର୍ଯ୍ୟାଳୟରେ ବାରମ୍ବାର ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବ୍ଲାକବୋର୍ଡ ଖଣ୍ଡେ ଦେଇନଥିବା ଅଭିଯୋଗ କରିଛନ୍ତି ଶିକ୍ଷୟି୍ତ୍ରୀ । ଅନ୍ୟପଟେ ଯେଉଁଠି କୁନି କୁନି ପିଲା ବସିକ ପାଠ ପଢ଼ୁଛନ୍ତି ସେଠି ଅତି ବେପରୁଆ ଭାବରେ ଇଲେକ୍ଟ୍ରି ତାର, ଇଲେକ୍ଟ୍ରି ବୋର୍ଡ ଓହଳିଛି । କେତେବେଳେ କିଛି ଅଘଟଣ ଘଟିପାରେ । ହେଲେ ଏସବୁ ସମସ୍ୟା ଭିତରେ ବିଦ୍ୟାଳୟରେ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe