କୋଇଡା ରେଞ୍ଜର ଓ ଫରେଷ୍ଟରଙ୍କୁ ୪ଘଂଟା ବନ୍ଧକ ରଖିଲେ ଗ୍ରାମବାସୀ : ହାତୀ ଉପଦ୍ରବ ଯୋଗୁଁ ଅତିଷ୍ଠ ଥିଲେ ଗାଁ ଲୋକ; ସ୍ଥାନୀୟ ସରପଂଚଙ୍କ ବୁଝାସୁଝା ପରେ ମୁକୁଳିଲେ ଦୁଇ ଅଧିକାରୀ

107

କନକ ବ୍ୟୁରୋ : କୋଇଡା ରେଞ୍ଜର ଓ ଫରେଷ୍ଟରଙ୍କୁ ଚାରିଘଂଟା ବନ୍ଧକ ରଖିଲେ ଗ୍ରାମବାସୀ । ହାତ୍ରୀ ଉପଦ୍ରବ ଯୋଗୁଁ ଅତିଷ୍ଟ ଥିଲେ ଗ୍ରାମାବାସୀ । ସ୍ଥାନୀୟ ସରପଂଚଙ୍କ ବୁଝାସୁଝା ପରେ ଗ୍ରାମାବାସୀ ଦୁଇ ଅଧିକାରୀଙ୍କୁ ଛାଡିଥିଲେ । ତେବେ ଭାଙ୍ଗିଥିବା ଲୋକଙ୍କୁ ଘର ଯୋଗାଇ ଦେବାକୁ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଗତ ପାଂଚ ଦିନ ହେଲା କୋଇଡା ବ୍ଲକ ମାଲଦା ପଂଚାୟତ ଗଣୁଆ ନିକଟସ୍ଥ ମୁଟୁକୁଦର ଓ ପଟବେଡା ଗାଁକୁ ପଶି ଆସିଛି ଏକ ହାତୀ ପଲ । ହାତୀ ପଲ ପାଂଚ ଦିନ ଭିତରେ ଏହି ଅଂଚଳରେ ୧୩ଟି ଘର ଭାଙ୍ଗିଛନ୍ତି । ଘରେ ଥିବା ଧାନ ଚାଉଳ ଖାଇବା ସହ ଆସବାବପତ୍ର ନଷ୍ଟ କରି ଦେଇଛନ୍ତି ।

ହାତୀ ଭୟରେ ଗ୍ରାମବାସ, ରାତି ଅନିଦ୍ରା ରହି ହାତୀ ଘଉଡାଇଛନ୍ତି । ଏନେଇ ବନ ବିଭାଗକୁ ଅଭିଯୋଗ କରି ଆସିଥିଲେ ହେଁ କେହି ଆସିନଥିଲେ । ଏପରିକି ଏହି ଖବର ବାରମ୍ବାର ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା । ଉପଜିଲ୍ଲାପାଳ ନିର୍ଦ୍ଦେଶ ବି ଦେଇଥିଲେ । ହେଲେ ବନବିଭାଗ କୌଣସି ତତ୍ପରତା ଦେଖାଇ ନଥିଲା । ପୁଣି ହାତୀ ପଲ ତିନିଟି ଘର ଭାଙ୍ଗିବା ପରେ ଖବର ପାଇଁ ପହଁଚିଥିଲେ ସ୍ଥାନୀୟ ରେଞ୍ଜର ଓ ଫରେଷ୍ଟର । ଅଧିକାର ଆସିବା ପରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରି ଘେରି ଯାଇଥିଲେ ଗ୍ରାମାବାସୀ ।