କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଦିନ ସୁଦ୍ଧା ଭାରତ ୨୮୮ ରନ୍ କରି ୪ଟି ୱିକେଟ ହରାଇଛି । ପ୍ରଥମ ଟେଷ୍ଟ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ୍ ଓପନିଂ ଯୋଡି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏଥର ବ୍ୟକ୍ତିଗତ ଅର୍ଦ୍ଧଶତକରେ ସୀମିତ ରହିଛନ୍ତି । ଏହି ମ୍ୟାଚ୍ ମଧ୍ୟ ବିରାଟ କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍ ମାଇଲଖୁଣ୍ଟ ଛୁଇଁଛି । ନିଜର ୧୧୧ତମ ଟେଷ୍ଟ୍ କୋହଲିଙ୍କ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ହୋଇଛି । ବିଶ୍ୱର ଦଶମ ଖେଳାଳି ଭାବେ ଏହି କୃତିତ୍ୱ ଅର୍ଜନ କରିଛନ୍ତି ବିରାଟ । ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ (୪୯୯)ଙ୍କୁ ଟପି କୋହଲି ଏହି ବିରଳ କ୍ଲବରେ ସାମିଲ ହୋଇଛନ୍ତି ।
ଦେଢ଼ ଦଶନ୍ଧି ତଳେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିବା କୋହଲି ୨୭୪ ଦିନିକିଆ ଅନ୍ତର୍ଜାତୀୟ ଏବଂ ୧୧୫ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି । ୨୪ ହଜାରରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ରନ୍ ମଧ୍ୟ ସଂଗ୍ରହ କରିଛନ୍ତି ୭୫ ଶତକ ସହିତ । ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ କ୍ଲବରେ ପୂର୍ବରୁ ସଚିନ ତେନ୍ଦୁଲକର, ମାହେଲା ଜୟବର୍ଧନେ, କୁମାର ସାଙ୍ଗାକାରା, ରିକି ପଂଟିଂ, ମହେନ୍ଦ୍ର ସିଂହ ଧୋନି, ରାହୁଲ ଦ୍ରାବିଡ଼ ଭଳି ଖେଳାଳି ରହିଛନ୍ତି । ପୋର୍ଟ ଅଫ୍ ସ୍ପେନରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ୧୦୦ତମ ଟେଷ୍ଟରୁ ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି ଭାରତୀୟ ଦ୍ରୁତ ବୋଲର ମୁକେଶ କୁମାର ଏବଂ ୱେଷ୍ଟଇଣ୍ଡିଜ୍ ବ୍ୟାର୍ଟ କିର୍କ ମ୍ୟାକେଞ୍ଜି । ଭାରତୀୟ ଅଲରାଉଣ୍ଡର ଶାର୍ଦୁଳ ଠାକୁର ଆହତ ହେବାରୁ ମୁକେଶ କୁମାରଙ୍କୁ ପଦାର୍ପଣ ସୁଯୋଗ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/6_00000-6.jpg)