ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ପାଇଁ କଟକଣା ହେଲା କୋହଳ : ପରୀକ୍ଷା କେନ୍ଦ୍ର ଥିବା ସହରରେ ଲାଗୁ ହେବ ନାହିଁ ଲକଡାଉନ୍ କି ସଟଡାଉନ୍, ଏସଆରସିଙ୍କ ସୂଚନା

୩୦ ଅଗଷ୍ଟରୁ ୭ ସେପ୍ଟେମ୍ୱର ଓ ୧୨ ସେପ୍ଟେମ୍ୱରରୁ ୧୪ ସେପ୍ଟେମ୍ୱର ନିୟମ ହେବ କୋହଳ

137

କନକ ବ୍ୟୁରୋ : ଜେଇଇ ମେନ ଓ ନିଟ ପରୀକ୍ଷାକୁ ଆଖିରେ ରଖି ଲକଡାଉନ ଓ ସଟଡାଉନ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁସାରେ ପରୀକ୍ଷାକେନ୍ଦ୍ର ହୋଇଥିବା ସହରଗୁଡିକରେ ଏହି କଟକଣା କୋହଳ ହେବ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଏବଂ ପୁଣି ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ପରୀକ୍ଷା କେନ୍ଦ୍ର ଥିବା ସହରଗୁଡିକରେ ଏହି କଟକଣା କୋହଳ ହେବ ବୋଲି କୁହାଯାଇଛି । ପରୀକ୍ଷା ଆୟୋଜନଠାରୁ ଆରମ୍ଭ କରି ପରୀକ୍ଷାର୍ଥୀ ସୁବିଧାରେ ପହଂଚିବା ପାଇଁ ଏଭଳି କୋହଳ କରାଯାଇଛି ।

ଏହା ପୂର୍ବରୁ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବା ପାଇଁ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଯାତାୟତ ଓ ରହିବାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏପରିକି ପରୀକ୍ଷାର୍ଥୀ ନିଜ ସୁବିଧାରେ ଆସିଲେ ମଧ୍ୟ ସରକାର ସମସ୍ତ ପ୍ରକାର ସହ ଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି ।