କନକ ବ୍ୟୁରୋ : ହାଇଦ୍ରାବାଦ ବିପକ୍ଷରେ ଦମଦାର ଶତକ ସହ ବାଙ୍ଗାଲୋରକୁ ବିଜୟ ଭେଟି ଦେଇଥିବା କୋହଲି ପ୍ରଥମଥର ପାଇଁ ନିଜ ଷ୍ଟ୍ରାଇକ ରେଟକୁ ନେଇ ହେଉଥିବା ଆଲୋଚନା ବାବଦରେ ମୁହଁ ଖୋଲିଛନ୍ତି । ଯାହା ସମାଲୋଚକଙ୍କୁ ଚୁପ୍ କରିବାକୁ ଯଥେଷ୍ଟ । ମ୍ୟାଚ୍ ପରେ କୋହଲି କହିଛନ୍ତି, ମୁଁ ପୂର୍ବ ଇନିଂସ ଉପରେ ଏତେ ଧ୍ୟାନ ଦିଏ ନାହିଁ । ମୁଁ ପୂର୍ବରୁ ନିଜକୁ ବହୁତ ଚାପରେ ରଖି ସାରିଛି । ଏହା ଆଇପିଏଲରେ ମୋର ୬ଷ୍ଠ ଶତକ । ମୁଁ ଭଲ ଇନିଂସ ଖେଳିଲେ ମଧ୍ୟ ବେଳେ ବେଳେ ନିଜକୁ ପର୍ଯ୍ୟାପ୍ତ ଶ୍ରେୟ ଦିଏ ନାହିଁ । ତେଣୁ ବାହାରେ ଆଲୋଚନା କରୁଥିବା ଲୋକ କଣ କୁହନ୍ତି ତାହାକୁ ମୁଁ ପରବାଏ କରେନି । କାରଣ ତାହା ସେମାନଙ୍କର ରାୟ ।
କୋହଲି କହିଛନ୍ତି, ଯେତେବେଳେ ଆପଣ ସେଭଳି ସ୍ଥିତିର ସାମ୍ନା କରିବେ ସେତେବେଳେ ମ୍ୟାଚ୍ କେମିତି ଜିତା ଯାଇପାରିବ ତାହା ଆପଣ ଜାଣିଥିବେ । ମୁଁ ଦୀର୍ଘ ସମୟ ଧରି ଏପରି କରି ଆସୁଛି । ପରିସ୍ଥିତି ଅନୁଯାୟୀ ଖେଳୁଥିବାରୁ ମୁଁ ଗର୍ବିତ । କୋହଲି କହିଛନ୍ତି, ମୁଁ ଫ୍ୟାନ୍ସିଂ ସଟ୍ ଖେଳିବାରୁ ନିଜକୁ ଦୂରେଇ ରଖେ । ନିଜର ବ୍ୟାଟିଂ କଳା ଅନୁଯାୟୀ କ୍ରିକେଟ ଖେଳେ । ମୁଁ ସେଭଳି ଖେଳାଳୀ ନୁହେଁ ଯିଏ ଅଧିକରୁ ଅଧିକ ଫ୍ୟାନ୍ସିଂ ସଟ୍ ଖେଳିବାକୁ ଚେଷ୍ଟା କରେ । ମୋତେ ବର୍ଷର ୧୨ ମାସ ଖେଳିବାକୁ ପଡିଥାଏ । ଫ୍ୟାନ୍ସିଂ ସଟ୍ ଖେଳି ନିଜର ୱିକେଟ ହରାଇବା ଖେଳାଳୀ ମୁଁ ନୁହେଁ । ଆଇପିଏଲ ପରେ ଆମକୁ ଟେଷ୍ଟ କ୍ରିକେଟ ଖେଳିବାକୁ ପଡିବ । ତେଣୁ ନିଜର ବ୍ୟାଟିଂ କୌଶଳ ଉପରେ ଧ୍ୟାନ ଦେବାକୁ ପଡିବ ଓ ନିଜ ଟିମକୁ ବିଜୟୀ କରିବାର କୌଶଳ ଖୋଜିବାକୁ ପଡିବ ।
ହାଇଦ୍ରାବାଦ ବିପକ୍ଷରେ କୋହଲି ଶତକ ହାସଲ ସହ ଆଇପିଏଲ କ୍ୟାରିୟରରେ ୬ଷ୍ଠ ଶତକ ହାସଲ କରିଛନ୍ତି । ଏହାସହ କୋହଲି-ଡୁପ୍ଲେସିସ ଯୋଡି ଆଇପିଏଲରେ ସର୍ବାଧିକ ପାର୍ଟନରସିପର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଚଳିତ ଆଇପିଏଲରେ ଡୁ ପ୍ଲେସିସ ୮ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ କୋହଲି ୬ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/FwbWL8laMAE6wju.jpg)