ମୁମ୍ବାଇ ରାସ୍ତାରେ ବିରାଟ-ଅନୁଷ୍କା । କୋହଲି ସ୍କୁଟି ଚଲାଉଥିବାର ଭିଡ଼ିଓ ହେଲା ଭାଇରାଲ ।

672

କନକ ବ୍ୟୁରୋ : କ୍ରିକେଟରୁ କିଛି ଦିନର ବିରତି ଭିତରେ ସମୟକୁ ପୂରା ଉପଭୋଗ କରୁଛନ୍ତି କ୍ରିକେଟର ବିରାଟ କୋହଲି । ପୁଣିଥରେ ମୈଦାନକୁ ଫେରିବା ପୂର୍ବରୁ ପତ୍ନୀ ଅନୁଷ୍କାଙ୍କ ସହ ମୁମ୍ବାଇର ରାସ୍ତାରେ କୋହଲିଙ୍କୁ ଦେଖିବାକୁ ମିଳିଛି । ଆଉ ତାହା ବି ପୁଣି ସ୍କୁଟିରେ । ବିରାଟ ସ୍କୁଟି ଚଲାଉଥିବା ବେଳେ ଅନୁଷ୍କା ପଛରେ ବସିଥିବାର ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏକ ବିଜ୍ଞାପନର ସୁଟିଂ ସାରି କୋହଲି ପତ୍ନୀ ଅନୁଷ୍କାଙ୍କ ସହ ମୁମ୍ବାଇ ରାସ୍ତାକୁ ସ୍କୁଟି ନେଇ ବାହାରିଥିଲେ । ତେବେ ଏହି ଯାତ୍ରା ସମୟରେ ଟ୍ରାଫିକ ନିୟମକୁ ବେଶ ଭଲ ଭାବେ ପାଳନ କରିଥିଲେ ବିରୁଷ୍କା । ଉଭୟ ହେଲମେଟ ପିନ୍ଧି ସ୍କୁଟିରେ ଯାଉଥିବାର ଦେଖିବାକୁ ମିଳିଛି । ତେବେ ଉଭୟ ହେଲମେଟ ପିନ୍ଧିଥିବାରୁ ପ୍ରଥମେ କେହି ଚିହ୍ନିପାରିନଥିଲେ । ଫଳରେ ବେଶ ଆରାମରେ ସ୍କୁଟିରେ ମୁମ୍ବାଇ ବୁଲିଥିଲେ ବିରୁଷ୍କା ।

 

View this post on Instagram

 

A post shared by Viral Bhayani (@viralbhayani)

ବିରାଟ କୋହଲି ଏବେ ନିଜ କ୍ରିକେଟ କ୍ୟାରିୟରର ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି । ଶେଷଥର ପାଇଁ ୨୦୧୯ରେ ବିରାଟଙ୍କ ବ୍ୟାଟରୁ ଶତକ ଆସିଥିଲା । ତେଣୁ ବିରାଟଙ୍କ ବ୍ୟାଟରୁ ପୁଣି ଏକ ଶତକକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟ ପ୍ରଂଶସକ । ତେବେ ଏସିଆ କପରେ ବିରାଟ ପ୍ରଂଶସକଙ୍କର ଏହି ନିଶ୍ଚୟ ପୂରା କରିବା ସହ ୭୧ ତମ ଶତକ ହାସଲ କରିବେ ବୋଲି କ୍ରିକେଟ ପଣ୍ଡିତ ମାନେ ଆକଳନ କରିଛନ୍ତି । ଆସନ୍ତା ୨୭ ତାରିଖରେ ଏସିଆ କପ୍ ଆରମ୍ଭ ହେବ । ଆଉ ୨୮ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଏସିଆ କପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।