କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୫ ନଭେମ୍ବରରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହି ମ୍ୟାଚ୍ ପାଇଁ କାନପୁରରେ ଉଭୟ ଟିମର ଖେଳାଳୀ ପହଞ୍ଚିଛନ୍ତି । ତେବେ ପ୍ରଥମ ମ୍ୟାଚରେ ବିରାଟ କୋହଲି ବିଶ୍ରାମ ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦଳ ସହ ଯୋଗ ଦେବେ । ତେବେ ଦ୍ୱିତୀୟ ଟେଷ୍ଟରେ ଟିମ ସହ ସାମିଲ ହେବା ପୂର୍ବରୁ ମୁମ୍ବାଇରେ ଅଭ୍ୟାସ ଆରମ୍ଭ କରିଛନ୍ତି କୋହଲି । ଆଉ ଏହି ଅଭ୍ୟାସ ସମୟରେ କିଛି ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ବିରାଟ ।
Kanak News is now on WhatsApp
Join and get latest news updates delivered to you via WhatsApp
View this post on Instagram
କୋହଲି ଅଭ୍ୟାସ ସମୟରେ ଏକ ବିଲେଇ ଛୁଆ ସହ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରିବା ସହ କ୍ୟାପସନରେ କୋହଲି ଲେଖିଛନ୍ତି, ଅଭ୍ୟାସ ସମୟରେ ଏକ କୁଲ ବିଲେଇ ତରଫରୁ ଫଟାଫଟ ହ୍ୟାଲୋ । କୋହଲିଙ୍କ ଏହି କ୍ୟାପସନର କମେଣ୍ଟରେ ପତ୍ନୀ ଅନୁଷ୍କା ଶର୍ମା ଲେଖିଛନ୍ତି, ହ୍ୟାଲୋ ବିଲ୍ଲି ।ଆଉ ଅନୁଷ୍କାଙ୍କ କମେଣ୍ଟର ମଜାଦାର ଉତ୍ତର ରଖିଛନ୍ତି ବିରାଟ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନୁଷ୍କାଙ୍କ କମେଣ୍ଟର ରିପ୍ଲାଏରେ ବିରାଟ ଲେଖିଛନ୍ତି, ଲୋଣ୍ଡା ଫର୍ମ ଦିଲ୍ଲୀ ଆଣ୍ଡ ମୁମ୍ବାଇ କି ବିଲ୍ଲି ।
ଆଇସିସି ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ନେଇଥିଲେ । ଏହାସହ ପ୍ରଥମ ଟେଷ୍ଟ ମ୍ୟାଚରେ ବିରାଟଙ୍କୁ ଦେଖିବାକୁ ମିଳିବନି । ଏବେ ବିରାଟ ପତ୍ନୀ ଅନୁଷ୍କା ଓ ଝିଅ ଭାମିକା ସହ ସମୟ କାଟୁଛନ୍ତି ।