କନକ ବ୍ୟୁରୋ: ଆଇସିସି ପକ୍ଷରୁ ଜାରି ହେଲା ନୂଆ ରାଙ୍କିଙ୍ଗ୍ । ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାରେ ନମ୍ବର ୱାନ୍ ସ୍ଥାନ ବଜାୟ ରଖିଲେ ବିରାଟ କୋହଲି । ତାଙ୍କ ସହିତ ହିଟ୍ ମ୍ୟାନ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଛନ୍ତି ।
ବୁଧବାର ଅନ୍ତର୍ଜାତୀୟ କିକ୍ରେଟ୍ ପରିଷଦ ପକ୍ଷରୁ ନୂଆ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏଥିରେ ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ଦୁଇ ସ୍ଥାନରେ ଭାରତର ଦୁଇ ଓପନର ରହିଥିବାବେଳେ ଏହା ପଛକୁ ତୃତୀୟ ସ୍ଥାନରେ ପାକିସ୍ତାନ ଅଧିନାୟକ ବାବର ଆଜମ୍ ରହିଛନ୍ତି । ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ରସ୍ ଟେଲର, ଅଷ୍ଟ୍ରେଲିଆର ଅଧିନାୟକ ଆରୋନ୍ ଫିଞ୍ଚ ରହିଛନ୍ତି ।
ସେହିପରି ଦିନିକିଆ ବୋଲିଂ ତାଲିକାରେ ନ୍ୟୁଜିଲାଣ୍ଡ ବୋଲର ଟ୍ରେଣ୍ଡ ବୋଲ୍ଟ ଆଗରେ ଥିବାବେଳେ ଭାରତୀୟ ପେସ୍ ବୋଲର ତୃତୀୟ ସ୍ଥାନରେ ରହିଛନ୍ତି । ଆଉ କୌଣସି ଭାରତୀୟ ବୋଲର ଟପ୍ ଟେନରେ ସ୍ଥାନ ପାଇନାହାନ୍ତି । ଅନ୍ୟପଟେ ଦିନିକିଆ ଅଲରାଉଣ୍ଡର ତାଲିକାରେ ସାକିବ ଅଲ ହାସନ ରହିଥିବାବେଳେ ମହମ୍ମଦ ନବି ଦ୍ୱିତୀୟ, କ୍ରିସ୍ ଓକସ୍ ତୃତୀୟ ସ୍ଥାନରେ ଅଛନ୍ତି । ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଲିକାର ଅଷ୍ଟମ ସ୍ଥାନରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/kohli.png)