କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ କୋହଲିଙ୍କ କ୍ରେଜ । କ୍ରିକେଟ ମୈଦାନ ପରେ ଏବେ ସୋସିଆଲ ମିଡ଼ିଆରେ ଧମାଲ କରୁଛନ୍ତି ବିରାଟ କୋହଲି । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟ୍ୱିଟରରେ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫ କୋଟି ଟପିଛି । ଯାହା ବିଶ୍ୱସ୍ତରରେ କୋହଲିଙ୍କ ଲୋକପ୍ରିୟତାକୁ ପ୍ରମାଣ କରୁଛି । ତେବେ ଭାରତରେ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି କୋହଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପିଏମଓ ପରେ ତୃତୀୟ ସର୍ବାଧିକ ଫଲୋଅର୍ସ କୋହଲିଙ୍କର ପାଖେ ରହିଛି । ଟ୍ୱିଟରରେ ମୋଦୀଙ୍କର ଫଲୋଅର୍ସ ୮ କୋଟିରୁ ଅଧିକ ରହିଥିବା ବେଳେ ପିଏମଓ ଇଣ୍ଡିଆର ଫଲୋଅର୍ସ ସଂଖ୍ୟା ୫୦,୫ ମିଲିୟନ ରହିଛି । ତେବେ ପୂରା ବିଶ୍ୱରେ ଟ୍ୱିଟରରେ ସର୍ବାଧିକ ଫଲୋଅର୍ସ ଥିବା ବ୍ୟକ୍ତିଙ୍କ ତାଲିକାରେ କୋହଲି ୨୯ ନମ୍ବରରେ ରହିଛନ୍ତି । ତେବେ କୋହଲିଙ୍କ ପରେ ଦ୍ୱିତୀୟ ସର୍ବାଧିକ ଫଲୋଅର୍ସ ଥିବା ଭାରତୀୟ କ୍ରିକେଟର ହେଉଛନ୍ତି ସଚିନ ତେନ୍ଦୁଲକର । ସଚିନଙ୍କର ଫଲୋଅର୍ସ ସଂଖ୍ୟା ୩ କୋଟି ୭୮ ଲକ୍ଷରୁ ଅଧିକ ରହିଛି ।

Advertisment

ଟ୍ୱିଟର ଫଲୋଅର୍ସରେ ଦେଶରେ ତୃତୀୟ ସ୍ଥାନରେ ଥିବା କୋହଲି ଇନଷ୍ଟାଗ୍ରାମରେ କିନ୍ତୁ ଶୀର୍ଷ ସ୍ଥାନରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଇନଷ୍ଟାଗ୍ରାମ ଫଲୋଅର୍ସରେ ଢେର ପଛରେ ପକାଇଛନ୍ତି କୋହଲି । କୋହଲିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୨୧୧ ମିଲିୟନ ଅଥାର୍ତ ୨୧ କୋଟିରୁ ଅଧିକ ରହିଛି । ଏପରିକି ଇନଷ୍ଟାଗ୍ରାମରେ ୨୦୦ ମିଲିୟନ ଫଲୋଅର୍ସ ହାତେଇବାରେ କୋହଲି ପ୍ରଥମ ଭାରତୀୟ । ସେହିଭଳି କ୍ରୀଡାବିତଙ୍କ ମଧ୍ୟରେ କୋହଲି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଫଲୋଅର୍ସ ଦୃଷ୍ଟି କୋଣରୁ କୋହଲିଙ୍କ ଉପରେ ରୋନାଲଡୋ ଓ ମେସି ରହିଛନ୍ତି ।

ସେହିଭଳି ଫେସବୁକରେ ମଧ୍ୟ କୋହଲିଙ୍କ ଫଲୋଅର୍ସ ସଂଖ୍ୟା ୪୯ ମିଲିୟନ ଅଥାର୍ତ ୪ କୋଟି ୯୦ ଲକ୍ଷରୁ ଅଧିକ ରହିଛି । ଖୁବଶୀଘ୍ର ଫେସବୁକରେ ମଧ୍ୟ କୋହଲିଙ୍କର ଫଲୋଅର୍ସ ସଂଖ୍ୟା ୫ କୋଟି ଟପିବ । ସୋସିଆଲ ମିଡ଼ିଆର ୩ଟି ଫର୍ମାଟରେ ସର୍ବମୋଟ କୋହଲିଙ୍କର ୩୧୦ ମିଲିୟନ ଅଥାର୍ତ ୩୧ କୋଟି ଫଲୋଅର୍ସ ରହିଛନ୍ତି । ଯାହା ବିଶ୍ୱବ୍ୟାପୀ କୋହଲିଙ୍କର ଥିବା କ୍ରେଜକୁ ପ୍ରମାଣିତ କରୁଛି ।

ଏସବୁ ରେକର୍ଡ ଭିତରେ ଏସିଆ କପରେ ପୁରୁଣା ଫର୍ମକୁ ଫେରିଛନ୍ତି ବିରାଟ କୋହଲି । ଏସିଆ କପରେ ୨ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିବା ସହ ପୁଣି କମବ୍ୟାକ୍ କରିଛନ୍ତି କୋହଲି । ଏହାସହ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ପରେ କୋହଲିଙ୍କ ବ୍ୟାଟରୁ ବାହାରିଛି ବହୁ ପ୍ରତିକ୍ଷିତ ବିସ୍ଫୋରକ ଶତକ । ଯାହା ଟିମ୍ ଇଣ୍ଡିଆ ପାଇଁ ଆଶ୍ୱସ୍ତି ଆଣି ଦେଇଛି ।