କନକ ବ୍ୟୁରୋ : କରୋନା କାରଣରୁ ଚଳିତ ଆଇପିଏଲରେ ଖେଳାଳୀ ମାନେ ବାୟୋ ବବଲରେ ରହୁଛନ୍ତି । ତେବେ ଏହି ବାୟୋ ବବଲ କଟକଣା ଭିତରେ ବି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗ୍ଲେନ ମ୍ୟାକ୍ସୱେଲଙ୍କ ପାଇଁ ମ୍ୟାରେଜ ପାର୍ଟିର ଆୟୋଜନ କରିଥିଲା । ଏହି ପାର୍ଟିରେ ଦଳର ସମସ୍ତ ଖେଳାଳୀଙ୍କ ସମେତ ପରିବାର ସଦସ୍ୟ ମଧ୍ୟ ସାମିଲ ଥିଲେ । ଆଉ ପାର୍ଟିରେ ଖେଳାଳୀଙ୍କ ମଧ୍ୟରେ ଜୋରଦାର ମଜାମସ୍ତି ଦେଖିବାକୁ ମିଳିଥିଲା । ଖାସକରି ଏହି ପାର୍ଟିରେ କୋହଲିଙ୍କ ଡ୍ୟାନ୍ସ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । କୋହଲି ଏହି ପାର୍ଟିରେ ପତ୍ନୀ ଅନୁଷ୍କାଙ୍କ ସହ ନଜର ଆସିଥିଲେ ।
Virat Kohli & Shabaz Dancing
Virat Looking So Happy ♥️@imVkohli@RcbianOfficial@RCBTweets#ViratKohli#RCB#Shabazahmed#ViratKohlipic.twitter.com/UzX1UKV2Bd— Prajwal (@Prajwal2742) April 27, 2022
କଳା କୁର୍ତ୍ତା ଓ ଧଳା ପାଇଜାମା ପିନ୍ଧିଥିବା କୋହଲି ଏହି ପାର୍ଟିରେ ଧୂମ ନାଚିଥିଲେ । ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମ ପୁଷ୍ପାର ସୁପରହିଟ୍ ଗୀତ ଉ ଆଣ୍ଟବା ଗୀତରେ ଉଠିଥିଲା କୋହଲିଙ୍କ ପାଦ । ପୂରା ଗୀତର ତାଳ ସହ ତାଳ ଦେଇ ଡ୍ୟାନ୍ସ ଫ୍ଲୋରରେ ନାଚୁଥିଲେ କୋହଲି । ଆଉ କୋହଲିଙ୍କ ସହ ପାଦ ମିଳାଇଥିଲେ ଦଳର ଯୁବ ଖେଳାଳୀ ଶାହବାଜ ଅହମ୍ମଦ । କେବଳ କୋହଲି ନୁହଁନ୍ତି ଏହି ପାର୍ଟିରେ ଅଧିକାଂଶ ଖେଳାଳୀଙ୍କୁ ଭାରତୀୟ ବେଶଭୂଷାରେ ଦେଖିବାକୁ ମିଳିଥିଲା ।
ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଗତ ମାର୍ଚ୍ଚ ୨୭ରେ ବିନି ରମଣଙ୍କୁ ବିବାହ କରିଥିଲେ । ତାମିଲ ରୀତିନୀତି ଅନୁଯାୟୀ ପୂରା ବିବାହ ସମ୍ପନ୍ନ ହୋଇଥିଲା । ଆଉ ମ୍ୟାକ୍ସୱେଲଙ୍କ ବିବାହକୁ ମାସେ ପୂରଣ ହେବା ପରେ ଆରସିବି ଫ୍ରାଞ୍ଚାଇଜ ତରଫରୁ ଏହି ପାର୍ଟି ଦିଆଯାଇଥିଲା । ଏହି ପାର୍ଟିରେ ଦଳର ଅଧିନାୟକ ଡୁ ପ୍ଲେସିସ ପୂରା ପରିବାର ସହ ପହଞ୍ଚିଥିଲେ । ଦୁଇ ଝିଅ ଓ ପତ୍ନୀଙ୍କ ସହ ଡୁ ପ୍ଲେସିସ ଏହି ପାର୍ଟିରେ ପହଞ୍ଚିଥିଲେ । ଡୁ ପ୍ଲେସିସ କୁର୍ତ୍ତା ପିନ୍ଧିଥିବା ବେଳେ ପତ୍ନୀ ତାଙ୍କର ଶାଢୀ ପିନ୍ଧି ପାର୍ଟିରେ ସାମିଲ ହୋଇଥିଲେ ।