ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ଏକ ଅଡି କ୍ୟୁ-୮ କାର କିଣିଛନ୍ତି । ଏହି କାର ଭାରତରେ ଜାନୁୟାରୀ ୧୫ ତାରିଖରେ ଲଞ୍ଚ ହୋଇଥିବାବେଳେ ବିରାଟ ଏହାର ପ୍ରଥମ କ୍ରେତା ହୋଇଛନ୍ତି । ଅଡି କ୍ୟୁ-୮ର ମୂଲ୍ୟ ୧.୩୩ କୋଟି ଟଙ୍କାରୁ ଆରମ୍ଭ ହେଉଛି । ଏହି କାରରେ ୨୯୯୫ ସିସିର ଇଂଜିନ ଥିବାବେଳେ ଅଟୋମେଟିକ ଟ୍ରାନ୍ସମିଶନ ରହିଛି । ସେହିପରି ଏହି କାରରେ ୭ ଜଣ ବସିବାର କ୍ଷମତା ଥିବାବେଳେ ପାଖାପାଖି ୧୫ଟି ରଙ୍ଗରେ ଉପଲବ୍ଧ ହେବ। ଏହା ହେଉଛି ବିଏସ୍-୬ ନିୟମ ପାଳନ କରୁଥିବା କଂପାନିର ଦ୍ୱିତୀୟ ଗାଡ଼ି। ଏହା ପୂର୍ବରୁ କଂପାନି ପକ୍ଷରୁ ଏ୬ର ବିଏସ୍-୬ ମଡେଲକୁ ଉନ୍ମୋଚନ କରାଯାଇଥିଲା ।
ଅଡି କ୍ୟୁ-୮ ହେଉଛି ଏସୟୁଭି ଓ ଲକ୍ଜୁରି କୁପର ଏକ ମିଶ୍ରଣ। ଚର୍ଚ୍ଚା ହେଉଛି ଯେ, ବିରାଟ ନିଜ ପତ୍ନୀ ଅନୁଷ୍କାଙ୍କୁ ଉପହାର ଦେବାକୁ ଏହି କାର କିଣିଛନ୍ତି ।ଏଠାରେ ସୂଚନା ଥାଉ କି କିଛି ଦିନ ତଳେ କୋହଲିଙ୍କୁ ସ୍ପ୍ରିଣ୍ଟ ଅଫ କ୍ରିକେଟ ଆୱାର୍ଡରେ ସମ୍ମାନିତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/EOYy3qDUYAAgE7s-750x430.jpg)