ଇନ୍ଦୋରରେ ଟିମ୍ ଇଣ୍ଡିଆର ବିଜୟ ଛକା । ଧୋନିଙ୍କୁ ପଛରେ ପକାଇ ନୂଆ ରେକର୍ଡ ହାସଲ କଲେ କ୍ୟାପଟେନ କୋହଲି ।

469

ଇନ୍ଦୋରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୦ ରନରେ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଆଉ ଏହି ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିବା ସହ କ୍ୟାପଟେନ କୋହଲି ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଇନିଂସ ବିଜୟ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି କ୍ୟାପଟେନ୍ କୋହଲି । ଏହାସହ ଧୋନୀଙ୍କ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ହାସଲ କରିଛନ୍ତି ବିରାଟ । ଏହାପୂର୍ବରୁ ଧୋନିଙ୍କ ନେତୃତ୍ୱରେ ଭାରତ ୯ଟି ଟେଷ୍ଟରେ ଇନିଂସ ବିଜୟ ହାସଲ କରିଥିଲା ।

ବାଂଲାଦେଶ ବିପକ୍ଷ ବିଜୟ ସହ ହ୍ୟାଟ୍ରିକ ଇନିଂସ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇନିଂସ ବିଜୟ ହାସଲ କରିଛି ବିରାଟ ବାହିନୀ । ୧୯୯୨/୯୩, ୧୯୯୩/୯୪ରେ ମଧ୍ୟ ଏହି ଉପଲବ୍ଧି ହାସଲ କରିଛି ଟିମ୍ ଇଣ୍ଡିଆ ।