କନକ ବ୍ୟୁରୋ : ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବଢିଲା କୋହିଲଙ୍କ କ୍ରେଜ । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଇନଷ୍ଟାଗ୍ରାମରେ ୨୦ କୋଟି ଫଲୋଅର୍ସ ହାସଲ କରିଛନ୍ତି ବିରାଟ । ଏହାଛଡା ପ୍ରଥମ ଭାରତୀୟ ଭାବେ ମଧ୍ୟ କୋହଲିଙ୍କର ଫଲୋଅର୍ସ ସଂଖ୍ୟା ୨୦୦ ମିଲିୟନରେ ପହଞ୍ଚିଛି । ଇନଷ୍ଟାଗ୍ରାମରେ କ୍ରିଷ୍ଟିଆନ ରୋନାଲଡୋ, ଲିଓନେଲ ମେସିଙ୍କ ପରେ କୋହଲି ତୃତୀୟ କ୍ରୀଡାବିତ୍ ଭାବେ ସର୍ବାଧିକ ଫଲୋଅର୍ସ ହାସଲ କରିଛନ୍ତି । ରୋନାଲ୍ଡୋଙ୍କୁ ଏବେ ୪୫ କୋଟି ୟୁଜର୍ସ ଫଲୋ କରୁଛନ୍ତି ।

Advertisment

ଲୋକପ୍ରିୟ ଫୁଟବଲ ଖେଳାଳୀ ମେସିଙ୍କୁ ୩୪ କୋଟି ଲୋକ ଫଲୋ କରୁଥିବା ବେଳେ ବ୍ରାଜିଲର ଫୁଟବଲ ଖେଳାଳୀ ନେମାର ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ନେମାରଙ୍କୁ ୧୭୫ ମିଲିୟନ ଲୋକ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି । କେବଳ ଇନଷ୍ଟାଗ୍ରାମ ନୁହେଁ ଫେସବୁକ ଓ ଟ୍ୱିଟରରେ ମଧ୍ୟ ବେଶ ଲୋକପ୍ରିୟ କୋହଲି । ଫେସବୁକରେ କୋହଲିଙ୍କୁ ୪.୯୨ କୋଟି ଲୋକ ପସନ୍ଦ କରୁଥିବା ବେଳେ ଟ୍ୱିଟରରେ ୪୮.୪ ମିଲିୟନ ଲୋକ ଫଲୋ କରୁଛନ୍ତି ।

ଇନଷ୍ଟାଗ୍ରାମରେ ବିରାଟ କୋହଲିଙ୍କର ୨୦୦ ମିଲିୟନ ଫଲୋଅର୍ସ ହେବା ପରେ ପ୍ରଂଶସକ ମଧ୍ୟ ବେଶ ଖୁସି । ଏହାସହ ଆଗାମୀ ମ୍ୟାଚ୍ ଗୁଡିକରେ ବିରାଟ ମଧ୍ୟ ଏଭଳି ଦ୍ୱିଶତକ ହାସଲ କରନ୍ତୁ ବୋଲି କ୍ରିକେଟ ପ୍ରଂଶସକ ଆଶା ବାନ୍ଧି ବସିଛନ୍ତି । ହଁ ଗତ କେଇବର୍ଷ ହେବ ବିରାଟ ପୁରୁଣା ଫର୍ମରେ ନାହାନ୍ତି । କିନ୍ତୁ ଖୁବଶୀଘ୍ର ବିରାଟଙ୍କ ବ୍ୟାଟରୁ ବିସ୍ଫୋରକ ଇନିଂସ ଆସିବ, ଏହି ଆଶାରେ ରହିଛନ୍ତି କ୍ରିକେଟପ୍ରେମୀ ।