ଆଇସିସି ଟେଷ୍ଟ Rankings : ପୁଣି ଶୀର୍ଷରେ ବିରାଟ, ୯୨୮ ଅଙ୍କ ସହ ପ୍ରଥମ ସ୍ଥାନ ବଜାୟ ରଖିଲେ କୋହଲି ।

216

କନକ ବ୍ୟୁରୋ : ପୁଣି ୧ ନମ୍ବରରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ବୁଧବାର ଆଇସିସି ଟେଷ୍ଟ Ranking ତାଲିକା ପ୍ରକାଶ ପାଇଛି । ଆଉ ଏହି ତାଲିକାରେ ପୁଣି ଥରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି କ୍ୟାପଟେନ୍ କୋହଲି । ଅନ୍ୟପଟେ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ନିଜ ସ୍ଥାନରୁ ତଳକୁ ଖସିଛନ୍ତି ।

ବିରାଟ କୋହଲି ୯୨୮ ଅଙ୍କ ସହ ତାଲିକାର ଶୀର୍ଷରେ ଥିବାବେଳେ ୯୧୧ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ । ସେହିପରି ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ୍ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଟିମ୍ ଇଣ୍ଡିଆର ଚେତେଶ୍ୱର ପୂଜାରା ୭୯୧ ଅଙ୍କ ସହ ଷଷ୍ଠ ସ୍ଥାନରେ ଥିବା ବେଳେ ଆଜିଙ୍କ୍ୟ ରାହାଣେ ୭୫୯ ଅଙ୍କ ସହ ତାଲିକାର ନବମ ସ୍ଥାନରେ ରହିଛନ୍ତି ।

ସେହିପରି ବୋଲିଂ କ୍ଷେତ୍ରରେ ୭୯୪ ଅଙ୍କ ସହ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି ଟିମ୍ ଇଣ୍ଡିଆର ଦମଦାର ବୋଲର ଜସପ୍ରିତ ବୁମରା । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ୭୭୨ ଅଙ୍କ ସହ ନବମ ଏବଂ ମହମ୍ମଦ ଶାମି ୭୭୧ ଅଙ୍କ ସହ ଦଶମ ସ୍ଥାନରେ ରହିଛନ୍ତି ।