କନକ ବ୍ୟୁରୋ : ପୁଣି ୧ ନମ୍ବରରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ବୁଧବାର ଆଇସିସି ଟେଷ୍ଟ Ranking ତାଲିକା ପ୍ରକାଶ ପାଇଛି । ଆଉ ଏହି ତାଲିକାରେ ପୁଣି ଥରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି କ୍ୟାପଟେନ୍ କୋହଲି । ଅନ୍ୟପଟେ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ନିଜ ସ୍ଥାନରୁ ତଳକୁ ଖସିଛନ୍ତି ।
/kanak/media/post_attachments/wp-content/uploads/2019/11/virat-kohli-becomes-second-indian-batsman-to-reach-900-point-mark-in-test-rankings-1024x768.jpg) ବିରାଟ କୋହଲି ୯୨୮ ଅଙ୍କ ସହ ତାଲିକାର ଶୀର୍ଷରେ ଥିବାବେଳେ ୯୧୧ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ । ସେହିପରି ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ୍ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଟିମ୍ ଇଣ୍ଡିଆର ଚେତେଶ୍ୱର ପୂଜାରା ୭୯୧ ଅଙ୍କ ସହ ଷଷ୍ଠ ସ୍ଥାନରେ ଥିବା ବେଳେ ଆଜିଙ୍କ୍ୟ ରାହାଣେ ୭୫୯ ଅଙ୍କ ସହ ତାଲିକାର ନବମ ସ୍ଥାନରେ ରହିଛନ୍ତି ।
ବିରାଟ କୋହଲି ୯୨୮ ଅଙ୍କ ସହ ତାଲିକାର ଶୀର୍ଷରେ ଥିବାବେଳେ ୯୧୧ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ । ସେହିପରି ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ୍ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଟିମ୍ ଇଣ୍ଡିଆର ଚେତେଶ୍ୱର ପୂଜାରା ୭୯୧ ଅଙ୍କ ସହ ଷଷ୍ଠ ସ୍ଥାନରେ ଥିବା ବେଳେ ଆଜିଙ୍କ୍ୟ ରାହାଣେ ୭୫୯ ଅଙ୍କ ସହ ତାଲିକାର ନବମ ସ୍ଥାନରେ ରହିଛନ୍ତି ।
ସେହିପରି ବୋଲିଂ କ୍ଷେତ୍ରରେ ୭୯୪ ଅଙ୍କ ସହ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି ଟିମ୍ ଇଣ୍ଡିଆର ଦମଦାର ବୋଲର ଜସପ୍ରିତ ବୁମରା । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ୭୭୨ ଅଙ୍କ ସହ ନବମ ଏବଂ ମହମ୍ମଦ ଶାମି ୭୭୧ ଅଙ୍କ ସହ ଦଶମ ସ୍ଥାନରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/11-4.jpg)