କନକ ବ୍ୟୁରୋ: ବାଂଲାଦେଶ ବିପକ୍ଷରେ କୋହଲିଙ୍କ ୭୨ ତମ ଅନ୍ତର୍ଜାତୀୟ ଶତକ । ଶନିବାର ଖେଳାଯାଇଥିବା ଭାରତ-ବାଂଲାଦେଶ ତୃତୀୟ ଦିନିକିଆରେ ବିରାଟଙ୍କ ବ୍ୟାଟରୁ ହୋଇଛି ରନ୍ ବର୍ଷା । କୋହଲି ୮୫ ବଲରୁ ନିଜର ଶତକ ଅର୍ଜନ କରିବା ସହିତ ତାଙ୍କ ଦିନିକିଆ କ୍ୟାରିୟରରେ ଯୋଡି ହୋଇଛି ୪୪ ତମ ଇଣ୍ଟରନ୍ୟାସନାଲ ଶତକ ।

Advertisment

ତେବେ ଆଜି କ୍ୟାପଟେନ୍ କେ ଏଲ ରାହୁଲ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲେ । ଦଳପକ୍ଷରୁ ଓପନିଂ ପାଇଁ ପଡିଆକୁ ଓହ୍ଲାଇଥିଲେ ଶିଖର ଧାୱନ ଏବଂ ଇଶାନ କିଷାନ । ତେବେ ଶିଖର ମାତ୍ର ୩ ରନ୍ କରି ଆଉଟ୍ ହୋଇଯିବା ପରେ ଇଶାନ-କୋହଲି ଯୋଡି ଖେଳ ଆଗକୁ ବଢାଇଥିଲେ । ଇଶାନ କିଷାନ ୧୩୧ ବଲରୁ ୨୧୦ ରନର ରେକର୍ଡ ଭରା ଇଂନିସ ଖେଳିବା ସହିତ, ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆରେ ଦ୍ୱି-ଶତକ ଅର୍ଜନ କରିଥିଲେ । ହେଲେ ଇଶାନ ଆଉଟ୍ ହେବା ପରେ କୋହଲି ମଧ୍ୟ ନିଜ ଶତକ ଅର୍ଜନ କରିଥିଲେ ।