କୋହିନୁର ରାଜନୀତି

51

କୋହିନୁର ହୀରା କାହାର । ବିବାଦରେ ରହିଛି ଅରବ ମୂଲ୍ୟର ଏହି ହିରାର କାହାଣୀ । ଏବେ ଏହି ଦୂର୍ମୁଲ୍ୟ ହିରାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ୧୮୩୯ରେ ତକ୍ତାଳିନ କୋହିନୁରର ମାଲିକ ନିଜ ଶେଷ ଇଚ୍ଛା ପତ୍ରରେ ହୀରାକୁ ପୁରୀ ଜଗନ୍ନାଥ ମନ୍ଦିରଙ୍କୁ ଦାନ କରିବାକୁ ଚାହିଁଥିଲେ । ଖାଲି ସେତିକି ନୁହେଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରସାଦ । କେନ୍ଦ୍ର ସରାକର ଓ ବ୍ରିଟେନ ସରକାର ଗୁପ୍ତ ବୁଝାମଣା ହୋଇଛି ବୋଲି ଅଭିଯୋଗ ଆଣିଥିବାବେଳେ ରାଜ୍ୟ ସରକାରଙ୍କ ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପ୍ରସାଦ । ଏହି ବିତର୍କିତ ପ୍ରସଙ୍ଗ କୁ ନେଇ ଦେଖିବା କନକ ନ୍ୟୁଜର ବିଗ୍ ଡିବେଟ୍ କୋହିନୁର ରାଜନୀତି