କୋହିନୁର୍ ର କାହାଣୀ

247

କୋହିନୁର ହୀରା । ଦୁନିଆର ସବୁଠାରୁ ଦାମୀ ହୀରା । ଲକ୍ଷ ନୁହେଁ କି କୋଟି ନୁହେଁ ଅରବ ମୂଲ୍ୟର ଏହି ହିରାକୁ ନେଇ ଚାଲିଛି ବିବାଦ । ବ୍ରିଟେନ୍ ମୁ୍ୟଜିୟମରେ ଥିବା ଏହି ହୀରା ପ୍ରକୃତରେ କାହାର ତାକୁ ନେଇ ଚାଲିଛି ଟଣା ଓଟରା । ପାକିସ୍ତାନ, ବାଙ୍ଗଲାଦେଶ ଏମିତିକି ଦକ୍ଷିଣ କୋରିଆ ବି କୋହିନୁରର ଦାବିଦାର ବୋଲି କହୁଥିଲେ । କିଛିଦିନ ତଳେ ଭାରତ ଏହାର ଦାବିଦାର ବୋଲି କହୁଥିବା ବେଳେ ଏବେ କିନ୍ତୁ ଏହା ଭାରତର ନୁହେଁ ବୋଲି କୁହାଯାଉଛି । ହେଲେ ପ୍ରକୃତରେ କୋହିନୁର କାହାର ତାହା ଏବେ ବି ଅସ୍ପଷ୍ଟ । ୫ହଜାର ବର୍ଷ ତଳର ଏଇ ହୀରାକୁ ନେଇ ଚାଲିଛି ଅନେକ ତର୍ଜମା । କେବେ ଏହାର ସମାଧାନ ହେବ କାହାକୁ ଜଣା ନାହିଁ । ଶେଷରେ କେଉଁ ଦେଶ ହେବ କୋହିନୁରର ମାଲିକ ତାହା ଏବେ ବି ଅଜଣା । ସ୍ପେଶାଲ ରିପୋର୍ଟରେ ଦେଖିବା କୋହିନୁରର ପୁରା କାହାଣୀ ।

kohinoor

ଲାଇଟ୍ ଅଫ୍ ମାଉଂଟେନ୍ । ପର୍ବତର ଆଲୋକ । କୋହିନୁର ହୀରା । ୧୦୫ କ୍ୟାରେଟର ହୀରା । ବ୍ରିଟେନ୍ ମୁ୍ୟଜିୟମ୍ରେ କୋହିନୁର ହୀରା । ଭାରତର କୋହିନୁର ବ୍ରିଟେନରେ । ବିବାଦୀୟ କୋହିନୁର ହୀରା ଭାରତର ନୁହେଁ ବୋଲି କହିଛନ୍ତି ସରକାର । ସଂସ୍କୃତି ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ କୋହୀନୁର ଭାରତର ନୁହେଁ ବୋଲି କହିଛନ୍ତି ସଲିସିଟର ଜେନେରାଲ ରଂଜିତ୍ କୁମାର । ତାଙ୍କ କହିବା କଥା ହେଲା ନା କୋହିନୁର ହୀରାକୁ ଚୋରି କରାଯାଇଛି ନା ଏହାକୁ କେହି ଯୋରଜବରଦସ୍ତ ଅକ୍ତିଆର କରିଛି । ୧୮୫୦ ମସିହାରେ କ୍ୱିଇନ୍ ଭିକ୍ଟୋରିଆଙ୍କୁ ଏହା ଉପହାର ଭାବେ ଦିଆଯାଇଛି । ranjit-singh-1ସରକାରଙ୍କର କହିବା କଥା ହେଲା ମହାରାଜା ରଣଜିତ୍ ସିଂ ଇଷ୍ଟ ଇଣ୍ଡିଆ କମ୍ପାନିକୁ ଏହା ଦେଇ ଦେଇଛନ୍ତି । ତେଣୁ କୋହିନୂର ହୀରା ଭାରତର ବୋଲି ଦାବି କରି ଏହାକୁ ଫେରାଇ ଆଣିବା ଭୁଲ୍ । ଏହି ମାମଲାରେ ବୈଦେଶିକ ମନ୍ତ୍ରଣାଳୟ ଏକ ପକ୍ଷ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ମନ୍ତ୍ରଣାଳୟ ତରଫରୁ କିଛି ଉତର ଆସିନି । ୬ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପାର୍ଟ ଦେବାକୁ କହିଛି ସୁପି୍ରମକୋର୍ଟ । ସେପଟେ ଗଣମାଧ୍ୟମରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଆମେ ସମସ୍ତଙ୍କର ଦାବି ପୁରଣ କରିବା ତେବେ ଖୁବ୍ କମ୍ ସମୟ ମଧ୍ୟରେ ମୁ୍ୟଜିୟମଟି ଖାଲି ହୋଇଯିବ । ସେପଟେ ଅଲ୍ ଇଣ୍ଡିଆ ହୁ୍ୟମାନ୍ ରାଇଟସ୍ ଏବଂ ସେଶାଲ୍ ଜଷ୍ଟିସ୍ ଫ୍ରନ୍ଟ ଅଦାଲତରେ ଅପିଲ କରିଥିଲେ କି କେବଳ କୋହିନୁର ନୁହେଁ ଆହୁରି ଟିପୁ ସୁଲତାନଙ୍କ ଆଙ୍ଗୁଠି, ତଲୱାର ସହ ବାହାଦୁର ଶାହା ଜାଫର୍, ଝାନ୍ସି ରାଣୀ ଲକ୍ଷ୍ମିବାଇ, ନବାବ ମିର ଅହମଦ୍ଙ୍କର କିଛି ଜିନିଷ ବି୍ରଟେନ୍ ସରକାରଙ୍କୁ ଫେରାଇ ଦେବାକୁ କୁହାଯାଇଥିଲା । ଏହାର ମଧ୍ୟ କିଛି ସ୍ପଷ୍ଟ ଉତର ଏପର୍ଯ୍ୟନ୍ତ ମିଳି ନାହିଁ ଭାରତକୁ । ତେବେ କୋହୀନୁର ହୀରା ସତରେ ଭାରତର କି ବ୍ରିଟେନ୍ର ଏହା କେବଳ ସମୟ କହିବ ।

କୋହିନୁର ହୀରା । ପ୍ରାୟ । ଦୀର୍ଘ ୫ହଜାର ବର୍ଷ ତଲେ ଭାରତ ପାଖରେ ଥିଲା ଏହି ହୀରା । ଏହି ହୀରାକୁ ପାଇବାକୁ ସବୁ ରାଜା ମହାରାଜାଙ୍କ ମନରେ ଥିଲା ସ୍ୱପ୍ନ । କିନ୍ତୁ ଇତିହାସ କହେ ଯିଏ ଏହି ହୀରାକୁ ଥରେ ପାଇଛି ସେ ହୋଇଛି କାଙ୍ଗାଳ । ଆହୁରି କୁହାଯାଏ ଯେ ଆମ ଦେଶର ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ମିଳିଥିଲା ଏହି ବହୁ ମୂଲ୍ୟବାନ୍ କୋହିନୁର ହୀରା । କାହାଣୀ ଅଛି ଆନ୍ଧ୍ରପ୍ରଦେଶର ଗୁଂଟୁର୍ରେ ଖଣିିରେ କାମ କରୁଥିବା କିଛି ଶ୍ରମିକଙ୍କ ହାତରେ ଲାଗିଥିଲା ଏକ ଚିକ୍ ମିକ୍ କରୁଥିବା ପଥର । ଯାହାର ଆଲୋକରେ ସାରା ଅଂଚଳ ଆଲୋକିତ ହୋଇ ଯାଇଥିଲା । ପ୍ରାୟ ୧୧ଶହ ସାଲରେ ମିଳିଥିଲା ଏହି ହୀରା କୋହିନୁର ହୀରା ବୋଲି ଅନୁମାନ କରାଯାଏ । କିନ୍ତୁ ପରେ ଯେ ଏହି ଚିକ୍ ମିକ କରୁଥିବା ପଥରଟି ଅଭିଶପ୍ତ ହୀରା ହେବ ତାହା କାହାକୁ ଜଣା ନଥିଲା ।

kohinoorକୋହିନୁର ହୀରାର ଇତିହାସ ବହୁ ପୁରୁଣା । ସାରା ବିଶ୍ୱରେ ଏହା ଏକ ପ୍ରସିଦ୍ଧ ହୀରା । ପାର୍ସି ଭାଷାରେ ଏହାର ନାମକରଣ କରାଯାଇଛି । ଯାହାର ଅର୍ଥ ମାଉଁଟେନ୍ ଅଫ୍ ଲାଇଟ୍ ବା ପର୍ବତର ଆଲୋକ । ସଂସ୍କୃତରେ ଲେଖାଯାଇଥିବା ତଥ୍ୟ ଅନୁଯାୟୀ ୫ହଜାର ବର୍ଷ ପୁରୁଣା ଏହି କୋହୀନୁର ହୀରା । ଯାହାର ନାଁ ସେତେବେଳେ ଥିଲା ଶ୍ୟାମନ୍ତକା । ୧୩୦୪ ସାଲରେ ଏହା ଥିଲା “ମାଲୱା”ର ରାଜାଙ୍କ ପାଖରେ । ପରବର୍ତି ସମୟରେ ଏହା ଆସିଲା ଦିଲ୍ଲୀର ସମ୍ରାଟ ଆଲ୍ଲାଉଦିନ୍ ଖିଲିଜ୍ଙ୍କ ନିକଟକୁ । ହେଲେ ଏହି ହୀରା ପରେ ସାବ୍ୟସ୍ତ ହେଲା ଏକ ଅଭିଶପ୍ତ ହୀରାବୋଲି । ଏହାକୁ କୌଣସି ରାଜା ମହାରାଜା ବ୍ୟବହାର କରିପାରିବେ ନାହିଁ ବୋଲି କୁହାଗଲା । କେବଳ ଈଶ୍ୱର ଅବା କୌଣସି ମହିଳା ଏହାକୁ ଧାରଣ କଲେ କିଛି ଅସୁବିଧା ନାହିଁ ବୋଲି କୁହାଗଲା । ଇତିହାସ କହେ ୧୫୨୬ରେ ମୋଗଲ ଶାସକ ବାବୁରଙ୍କୁ ସୁଲତାନ୍ ଇବ୍ରାହିମ୍ ଲୋଦି ଉପହାର ଭାବେ ଦେଇଥିଲେ । ସେତେବେଳେ ବାବୁର କହିଥିଲେ ଏହି ହୀରାର ମୁଲ୍ୟ ପୁଥିବୀର ହାଫ୍ ଡେ ପ୍ରଡକସନ୍ର ମୂଲ୍ୟ ସହ ସମାନ । ଶେଷକୁ କୁଇନ୍ ଭିକ୍ଟୋରିଆ ଏହି ହୀରାକୁ ବ୍ୟବହାର କରୁଥିଲେ । ତାଙ୍କର ମୃତୁ୍ୟ ପରେ ଏହି ବହୁ ଚର୍ଚ୍ଚିତ ହୀରା କେବଳ କୁଇନ୍ ଭିକ୍ଟୋରିଆଙ୍କ ମୁକୁଟରେ ଶୋଭା ପାଉଛି । ଯାହା ସାଇତା ହୋଇ ରହିଛି ବ୍ରିଟେନ୍ ମୁ୍ୟଜିୟମରେ ।

kohinoor

ଦିନକୁ ଦିନ କୋହିନୁର ହୀରାର କାହାଣୀ ହୋଇ ଯାଉଛି ବିବାଦୀୟ । ପ୍ରକୃତରେ ଏହାର ଦାବିଦାର କିଏ ତାହାର ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ଆସିପାରୁନି । ଅତିତର କାହାଣୀ ଅନୁଯାୟୀ ଏହି ମୂଲ୍ୟବାନ୍ ହୀରା ଅନେକଙ୍କୁ କାଙ୍ଗାଳ କରିଥିଲେ ବି ବ୍ରିଟେନ୍ ରାଜ ପରିବାର ପଡିଯାଇଥିଲେ ଏହି ହୀରାର ମୋହରେ । ଏବେବି ବ୍ରିଟେନ୍ ମୁ୍ୟଜିୟମରେ ଶୋଭା ପାଉଛି ଏହି କୋହିନୁର ହୀରା । ଭବିଷ୍ୟତରେ ଏହାର ମାଲିକ କିଏ ହେବ ତାହା କେବଳ ସମୟ କହିବ ।