ଧରାପଡ଼ିଲା ପାଣି ଚୋରି । କନକ୍ ନୁ୍ୟଜ୍ରେ ଖବର ପ୍ରସାରଣ ହେବା ପରେ ରାଉରକେଲା କୋଏଲ ନଦୀ ପାଣି ଚୋରି ଘଟଣା ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ବିଶ୍ରା ତହସିଲଦାର ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିବା ସହ ପାଣି ଚୋରିକରୁଥିବା ଇଟାଭାଟି ଉପରେ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଇଟାଭାଟୀରୁ ୩ଟି ମଟର ପମ୍ପ ଜବତ କରିବା ସହ ନଦୀ ଏବଂ ଇଟାଭାଟୀ ମଧ୍ୟରେ ହୋଇଥିବା ପାଇପ୍ ସଂଯୋଗକୁ ବିଚ୍ଚିନ୍ନ କରାଯାଇଛି । ବିଶ୍ରା ବ୍ଲକ୍ ଝିରପାଲି ପଂଚାୟତର ଜବାଘାଟରେ ଥିବା ବିଭିନ୍ନ ଇଟାଭାଟୀକୁ ବେଆଇ ଭାବେ ପାଣି ଯୋଗାଣ ହେଉଥିଲା ।ଏହା ଫଳରେ ନଦୀଜଳ ସ୍ରୋତକୁ ଅବରୋଧ କରୁଥିବାରୁ ରାଉରକେଲା ସହରକୁ ଜଳ ଯୋଗଣ ବାଧା ପ୍ରାପ୍ତ ହେଉଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଏନେଇ ସ୍ଥିତି ପରଖିବା ପାଇଁ ଗ୍ରାଉଣ୍ଡ ଜିରୋକୁ ପହଂଚିଥିଲା କନକ ନୁ୍ୟଜ୍ କ୍ୟାମେରା ଟିମ୍ । ଏହାପରେ ଉପଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନିଦେ୍ର୍ଦଶ ପରେ ପୁଲିସ ସହାୟତାରେ ସେଠାରେ ଚଢ଼ାଉ କରାଯାଇଥିଲା ।
କନକ ନୁ୍ୟଜ ପ୍ରଭାବ : କୋଏଲ ନଦୀରୁ ପାଣି ଚୋରି ନେଇ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ
/kanak/media/post_attachments/wp-content/uploads/2016/04/water-threft.png)