ଗାଁକୁ ବାଟ କଲନି, ଭୋଟ ମାଗିବନି । ରାଜନେତାଙ୍କୁ ଚରମ ବାଣୀ ଶୁଣାଇଲେ ଗ୍ରାମବାସୀ

305

କନକ ବ୍ୟୁରୋ : ରାସ୍ତା ନାହିଁ ତ ଭୋଟ ନାହିଁ । ସ୍ୱାଧୀନତାର ସାତ ଦଶନ୍ଧି ହେବାକୁ ବସିଲାଣି । ତଥାପି ବି ଏଭଳି ଅନେକ ଗାଁ ଅଛି ଯେଉଁଠି ଏବେବି ମୈାଳିକ ସମସ୍ୟା ସହ ଜୁଝି ହେଉଛନ୍ତି ଗ୍ରାମବାସୀ । ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା, ସମସ୍ତଙ୍କ ପାଖେ ଗୁହାରୀ କରି ଶେଷରେ ଭୋଟ ବର୍ଜନ ଭଳି ନିଷ୍ପତି ନେଇଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଅନ୍ତର୍ଗତ ଭୋଇପାଲିର ଗ୍ରାମବାସୀ । ଗାଁକୁ ଭଲ ରାସ୍ତା ଟିଏ ନଥିବାରୁ ଏଭଳି ଚରମ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଗାଁରେ ବସିଛି ପଂଚାୟତ, ଆଲୋଚନା ହୋଇଛି ରାସ୍ତା ନାହିଁ ତ ଭୋଟ ନାହିଁ । କୌଣସି ନେତା ମନ୍ତ୍ରୀଙ୍କୁ ଆଉ ଗାଁରେ ପୁରାଇ ଦେବେ ନାହିଁ କି ନିଜେ ମତଦାନ କେନ୍ଦ୍ରକୁ ଯିବେ ନାହିଁ । ନିଜ ଅଂଚଳର ରାସ୍ତା ସମସ୍ୟାକୁ ନେଇ ଏଭଳି ନିଷ୍ପତି ନେବା ସହିତ ଉପଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇ ଦେଇଛନ୍ତି ଭୋଇପାଲିର ଗ୍ରାମବାସୀ ।