ଅସତ୍ୟ ଉପରେ ସତ୍ୟର ଜୟ ! ଆଜିର ଦିନରେ ହୋଇଥିଲା ରାବଣ ବଦ୍ଧ, ଜାଣିରଖନ୍ତୁ ରାବଣର ରହିଯାଇଥିବା ଅଧୁରା ସ୍ୱପ୍ନ

117

କନକ ବ୍ୟୁରୋ :ଦଶହରା ପାଇଁ ସାରା ଦେଶ ଉତ୍ସବମୁଖର ହୋଇଛି । ତେବେ ଆଜି ଅନେକ ସ୍ଥାନରେ ରାବଣ ପୋଡି ଉତ୍ସବ ମଧ୍ୟ ଆୟୋଜନ କରାଯାଇଥାଏ । ତେବେ ଜାଣିରଖନ୍ତୁ ଦଶମୀ ଦିନ ରାମ ରାବଣକୁ ବଦ୍ଧ କରିଥିଲେ ତେଣୁ ସେହି ଦିନରେ ରାବଣକୁ ପୋଡାଯିବର ବ୍ୟବସ୍ଥା ପ୍ରଚଳିତ ହୋଇରହିଛି । ରାବଣ ହେଉଛି ସାରା ବିଶ୍ୱରେ ଥିବା ଜ୍ଞାନୀମାନଙ୍କ ମଧ୍ୟରୁ ଜଣେ । ସେ ଜାତିରେ ବ୍ରାହ୍ମଣ ଥିଲେ । ରାବଣର ଅନେକ ଇଚ୍ଛା ଥିଲା ଯାହାକୁ ସେ ପୂରଣ କରିପାରିନଥିଲା । ଜାଣିରଖନ୍ତୁ କେଉଁ କେଉଁ ଇଚ୍ଛା ରାବଣ ପୂରଣ କରିବାରେ ବିଫଳ ହୋଇଥିଲା ରାବଣ।

 


ରାବଣର ଇଚ୍ଛା ଗୁଡିକ ମଧ୍ୟରୁ ଯାହା ଥିଲା ସେଗୁଡିକ ହେଲା ସେ ନିଜ ବଳ ଓ ଜ୍ଞାନର ଅହଙ୍କାରରେ ନିଜକୁ ଭଗବାନଙ୍କ ସହ ତୁଳନା କଲା ଓ ଇଶ୍ୱରଙ୍କ ଦ୍ୱାରା ନିର୍ମିତ ନିୟମକୁ ପରିବର୍ତନ କରିବାକୁ ଚେଷ୍ଟା କଲା । ଯଦି ରାବଣ ଆଉ କିଛି ବର୍ଷ ଜୀବିତ ଥାନ୍ତା ତେବେ ନିଜର ୭ଟି ଅଧୁରା କାର‌୍ୟ୍ୟକୁ ପୂରଣ କରିପାରିଥାନ୍ତା ଓ ଏହି ସୁନ୍ଦର ଦୁନିଆ ଆହୁରି ସୁନ୍ଦର ହୋଇପାରିଥାନ୍ତା । ତେଣୁ ଆସନ୍ତୁ ଜାଣିବା ରାବଣର ଅଧୁରା ସ୍ୱପ୍ନ ବିଷୟରେ…

୧. ରାବଣର ପ୍ରଥମ ସ୍ୱପ୍ନ ହେଲା ସ୍ୱର୍ଗରେ ସିଡି ନିର୍ମାଣ କରିବା । ରାବଣ ଚାହୁଁଥିଲା କି ସବୁ ବ୍ୟକ୍ତି ସ୍ୱର୍ଗକୁ ଯାଆନ୍ତୁ । ସେ ଧରିତ୍ରୀଠୁ ଆରମ୍ଭ କରି ସ୍ୱର୍ଗ ପର୍ଯ୍ୟନ୍ତ ସିଡି ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଥିଲା । କିନ୍ତୁ ଏହି ସିଡି ଶେଷ ହେବା ପୂର୍ବରୁ ରାବଣର ମୃତ୍ୟୁ ରାମଙ୍କ ହାତରେ ହୋଇସାରିଥିଲା ।

 

୨. ରାବଣର ଦ୍ୱିତୀୟ ସ୍ୱପ୍ନ ଥିଲା ସମୁଦ୍ରର ପାଣିକୁ ମିଠା କରିବା । କାରଣ ରାବଣକୁ ଜଣାଥିଲା ଯେ ପୃଥିବୀରେ ପିଇବା ପାଣିର ପରିମାଣ ବହୁତ କମ ଅଛି । ତେଣୁ ସମୁଦ୍ର ପାଣି ମିଠା ହୋଇଗଲେ ପିଇବାର ଆଉ କୌଣସି ବି ସମସ୍ୟା ରହିବନି ଯାହା ସବୁଦିନ ପାଇଁ ଶେଷ ହୋଇଯିବ ।

୩. ରାବଣର ତୃତୀୟ ସ୍ୱପ୍ନ ଥିଲା ସୁନାରେ ସୁଗନ୍ଧ ଭର୍ତ୍ତି କରିବା । ଏହାର କାରଣ ଏହିକି ରାବଣ ସୁନାର ବହୁତ ପ୍ରିୟ ଥିଲା । ସେ ନିଜର ପୂରା ନଗରୀ ସୁନାରେ ନିର୍ମାଣ କରିଥିଲା । କାରଣ ରାବଣ ଚାହୁଁଥିଲା କି ସୁନାରେ ସୁଗନ୍ଧ ଆସିଗଲେ ସେ ସୁଗନ୍ଧରୁ ସୁନାର ତଲାସ କରିନେବ ।

 

୪.ରାବଣର ଚତୁର୍ଥ ସ୍ୱପ୍ନ ଥିଲା ରଙ୍ଗଭେଦକୁ ଶେଷ କରିବାକୁ ଚାହୁଁଥିଲା । କାରଣ ସେ ଚାହୁଁଥିଲା ସବୁ ଲୋକ ଗୋରା ଦେଖାଯାଆନ୍ତୁ । କେହି କାହାର କଳା ରଙ୍ଗ ନେଇ କେବେ ମଜା କରିବେ ନାହିଁ ।

୫. ରାବଣର ପଞ୍ଚମ ସ୍ୱପ୍ନ ଥିଲା ରକ୍ତର ରଙ୍ଗକୁ ଲାଲରୁ ଧଳା କରିବାକୁ ଚାହୁଁଥିଲା । ଯାହାଫଳରେ କୌଣସି ବ୍ୟକ୍ତିର ହତ୍ୟା କରିବା ଫଳରେ ତାହା ଯେପରି କାହାକୁ ଜଣାପଡିବ ନାହିଁ ।

 

୬. ରାବଣର ଷଷ୍ଠ ସ୍ୱପ୍ନ ଥିଲା ମଦକୁ ଗନ୍ଧହୀନ କରିବାପାଇଁ ଚାହୁଁଥିଲା । ଯାହାଦ୍ୱାରା ସମସ୍ତେ ମଦର ମଜା ନେଇ ଏହାକୁ ପାନ କରିପାରିବେ ।

୭. ରାବଣର ସପ୍ତମ ସ୍ୱପ୍ନଥିଲା ଭଗବାନଙ୍କ ପୂଜା କରିବା ସହ ସମସ୍ତେ ତାହାର ପୂଜା କରିବେ । କିନ୍ତୁ ଏ ସ୍ୱପ୍ନ ଅଧୁରା ରହିବା ସହ ଶେଷରେ ସେ ପ୍ରାଣତ୍ୟାଗ।