ରାତି ପାହିଲେ ଘୋଷଯାତ୍ରା ! ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ : ତିନି ରଥରେ ଲାଗିଲେଣି ପାର୍ଶ୍ବ ଦେବାଦେବୀ

Advertisment
ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସଜବାଜ ହେଉଛି  କି ପ୍ରଶାସନ । ପୁରୀ ପୌର ପାଳିକାର ଘୋଷଣାରୁ ମିଳିଲା ସଂକେତ : ସିଂହଦ୍ୱାରରୁ ଗୁଣ୍ଡିଚାମନ୍ଦିର ଯାଏଁ ବଡଦାଣ୍ଡରୁ ହଟିବେ ଉଠାଦୋକାନୀ

କନକ ବ୍ୟୁରୋ : ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ପାଇଁ ନିର୍ଦ୍ଦିଷ୍ଟ ପାର୍ଶ୍ବ ଦେବାଦେବୀ ରହିଥାନ୍ତି। ସେହି ଅନୁଯାୟୀ ତିନି ରଥରେ ଭିନ୍ନ ଭିନ୍ନ ପାର୍ଶ୍ବ ଦେବାଦେବୀଙ୍କୁ ସ୍ଥାପନ କରାଯାଏ। ରଥଯାତ୍ରା ପୂର୍ବରୁ ପାର୍ଶ୍ବ ଦେବାଦେବୀଙ୍କୁ ଚିତ୍ରକର ସେବକମାନେ ରଙ୍ଗ ଦେଇ ପ୍ରସ୍ତୁତ କରିଥାନ୍ତି। ତେବେ ଜାଣନ୍ତୁ ରଥରେ ଲଗାଯାଉଥିବା ପାଶ୍ୱର୍ ଦେବାଦେବୀଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ.....

publive-image source : google

ତାଳଧ୍ୱଜ ରଥ: ପୁରାଣ ବର୍ଣ୍ଣିତ ଅନୁସାରେ ଇନ୍ଦ୍ରଜିତଙ୍କ ପୁଅ ମହୀରାବଣକୁ ବଧ କରିବା ପାଇଁ ବ୍ରହ୍ମାଙ୍କ ଦ୍ୱାରା ଅଭିଶପ୍ତ ସୁଦେବୀଙ୍କ (ସ୍ୱର୍ଗପ୍ରାପ୍ତି ପରେ) ଅନୁରୋଧ କ୍ରମେ ଇନ୍ଦ୍ରଦେବ ଲକ୍ଷ୍ମଣଙ୍କୁ ତାଳଧ୍ୱଜ ରଥ ଦେଇଥିଲେ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ବି ୯ ଜଣ ପାର୍ଶ୍ବ ଦେବାଦେବୀ ରହିଛନ୍ତି। ଏହି ପାର୍ଶ୍ବ ଦେବାଦେବୀମାନେ ହେଲେ ପ୍ରଳମ୍ବାରୀ, ନୃତ୍ୟ ଗଣେଶ, ନାଟାମ୍ବର, ସ୍କନ୍ଦ, ଅନନ୍ତ ବାସୁଦେବ, ଗଜାନ୍ତକ, ତ୍ରିପୁରାରୀ (ବଳରାମ), ହରିହର ଓ ବାଇଶଭୁଜ ନୃସିଂହ।
publive-imageଦର୍ପଦଳନ ରଥ: ଦର୍ପଦଳନ ରଥର ଅନ୍ୟ ନାମ ଦେବୀଦଳନ ବା ଦେବୀ ରଥ। ଦେବୀ ରଥ ହୋଇଥିବାରୁ ଏହି ରଥରେ ପାର୍ଶ୍ବ ଦେବାଦେବୀ ଭାବେ ଦେବୀମାନେ ଅବସ୍ଥାନ କରିଥାନ୍ତି। ମା’ ସୁଭଦ୍ରାଙ୍କର ରଥରେ ମଧ୍ୟ ୯ ଜଣ ପାର୍ଶ୍ବ ଦେବାବେଦୀ ରହିଥାନ୍ତି। ଏହି ପାର୍ଶ୍ବ ଦେବାଦେବୀମାନେ ହେଲେ ବାରାହୀ, କାଳୀ, ମଙ୍ଗଳା, କାତ୍ୟାୟନୀ, ଚାମୁଣ୍ଡା, ଭଦ୍ରକାଳୀ, ବିମଳା, ହରଚଣ୍ଡୀ ଓ ଜୟଦୁର୍ଗା।
publive-imageନନ୍ଦିଘୋଷ ରଥ: କଥିତ ରହିଛି, ଏହି ରଥକୁ ଦେବତାଗଣ ରାବଣ ସହ ଯୁଦ୍ଧ ବେଳେ ଶ୍ରୀରାମଙ୍କୁ ଭେଟି ଦେଇଥିଲେ। ଏହି ରଥରେ ବସି ଶ୍ରୀରାମ ରାବଣ ସହ ଯୁଦ୍ଧ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୯ ଜଣ ପାର୍ଶ୍ବ ଦେବାଦେବୀ ଅବସ୍ଥାନ କରିଥାନ୍ତି। ଏହି ପାର୍ଶ୍ବ ଦେବାଦେବୀମାନେ ହେଲେ ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନଧାରୀ, ଚିନ୍ତାମଣି, ରାଘବ ଓ ନୃଂସିହ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe