ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ । ଜାଣିରଖନ୍ତୁ କେଉଁ ପର୍ଯ୍ୟାୟରେ କେତୋଟି ରାଜ୍ୟରେ ହେବ ଲୋକସଭା ନିର୍ବାଚନ

୧୯ ଇଲେକ୍ସନରେ ଭୋଟରଙ୍କୁ ମିଳିବ ନୂଆ ଅନୁଭୂତି । ବୁଥରେ ଲାଗିବ ସିସିଟିଭି, ଇଭିଏମରେ ରହିବ ପ୍ରାର୍ଥୀଙ୍କ ଫଟୋ । ଅଭିଯୋଗ କରିବାର ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନ କିଛି ସମୟ ପୂର୍ବରୁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବା ପାଇଁ ଯାଉଛି । ଚଳିତଥର ଲୋକସଭା ନିର୍ବାଚନ ସହ ୪ ରାଜ୍ୟର ବିଧାନସଭା ନିର୍ବାଚନ ହେବା ନେଇ ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ତେବେ ଜାଣିରଖନ୍ତୁ ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କେଉଁ ପର୍ଯ୍ୟାୟରେ କେତୋଟି ରାଜ୍ୟରେ ନିର୍ବାଚନ ହେବ ।

publive-imageମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ମୋଟ ୯୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୩ ଟି ରାଜ୍ୟରେ ୯୭ ଲୋକସଭା ନିର୍ବାଚନମଣ୍ଡଳୀ, ତୃତୀୟ ପର୍ଯ୍ୟାୟରେ୧୪ ରାଜ୍ୟରେ ୧୧୫ ଲୋକସଭା ନିର୍ବାଚନମଣ୍ଡଳୀ, ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟରେ ୭୧ଟି ଲୋକସଭା ନିର୍ବାଚନମଣ୍ଡଳୀ, ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ ଲୋକସଭା ନିର୍ବାଚନମଣ୍ଡଳୀ, ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ନିର୍ବାଚନମଣ୍ଡଳୀ ଓ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ୮ ଟି ରାଜ୍ୟର ମୋଟ ୫୯ଟି ଲୋକସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe