ଜୀବନରେ କୁହନ୍ତି କେତେ ଶବ୍ଦ? ଜାଣିନଥଲେ ପଢନ୍ତୁ …

110

କନକ ବ୍ୟୁରୋ: ଜୀବନ ଭିତରେ ଆପଣ କୁହନ୍ତି କେତେ ଶବ୍ଦ?  କେହି ଏ ପ୍ରଶ୍ନ ଆପଣଙ୍କୁ ପଚାରିଛନ୍ତି କି । ଛାଡନ୍ତୁ, ଆପଣ ନିଜେ ଜାଣିଛନ୍ତି କେତେ ଶବ୍ଦ ଆପଣ କହିଥାନ୍ତି ଆପଣଙ୍କ ଜୀବନକାଳ ଭିତରେ । ସକାଳ ଉଠିବାଠାରୁ ଆପଣଙ୍କ କଥା ଆରମ୍ଭ ହୋଇ ରାତିରେ ଶୋଇବା ଯାଏ ଆପଣ କିଛି ନା କିଛି କହିଥାନ୍ତି । କିନ୍ତୁ କିଛି ଜଣ ଅଛନ୍ତି ଯେଉଁମାନେ ବହୁତ କମ କଥା କହିଥାନ୍ତି । କିଛି ଜଣ ତାଠାରୁ ବି କମ କହିଥାନ୍ତି । ଏମିତି ବି ଅନେକ ଅଛନ୍ତି ବହୁତ ଅଧିକ କହିଥାନ୍ତି । ତେବେ ଆପଣ ସେମାନଙ୍କ ଭିତରୁ ହୋଇଥାଇପାରନ୍ତି । ତେବେ ଆପଣ ଚୁପ ରହିଲେ ବି ଆପଣଙ୍କ ମନରେ କିଛି ନା କିଛି ଚାଲିଥାଏ । ସେ କଥା ନ କହିଲେ ବି ତାଙ୍କ ମନରେ ବହୁତ କଥା ଚାଲିଥାଏ । ମନରେ ମନରେ ହିଁ ସେ ଅନେକ କଥା କହିଦେଇଥାନ୍ତି । ଅର୍ଥାତ ମଣିଷଙ୍କ କହିବାର ଏପ୍ରକିୟା କେଉଁଠି ନା କେଉଁଠି ଜାରି ରହିଥାଏ ।

ଆଜି ପର୍ଯ୍ୟନ୍ତ ଆପଣ ଧ୍ୟାନ ଦେଇନଥିବେ କେତେ ଶବ୍ଦ ଆପଣ କହିଥାନ୍ତି । ଆମର ସେଥିପ୍ରତି ଧ୍ୟାନ ହିଁ ନଥାଏ କେତେ ଶବ୍ଦ କହୁଛୁ । ଲିଙ୍କଡଇନର ଲର୍ଣ୍ଣିଂ ଇନଷ୍ଟ୍ରକଟର ଜେଫ ଆନସେଲଙ୍କ ରିସର୍ଚ୍ଚରୁ ଜଣା ପଡିଛି ଜଣେ ବ୍ୟକ୍ତି ଦିନକୁ ୭ ହଜାର ଶବ୍ଦ କହିଥାଏ । ଯଦି କେହି ଅଧିକ କଥା କହୁଥାଏ ତେବେ ଏହା ଆହୁରି ଅଧିକ ରହିଥାଏ । ଆପଣ ଭାବନ୍ତୁ, ଆପଣ ପୂରା ଜୀବନରେ କେତେ ଶବ୍ଦ କହିଥାନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ସାରା ଜୀବନରେ ୮୬ କୋଟି ୩ଲକ୍ଷ ୪୧ ହଜାର ୫ ଶହ ଶବ୍ଦ କହିଥାନ୍ତି । ପାଖପାଖି ୮୬ କୋଟି ଶବ୍ଦ ଆପଣ ପୂରା ଜୀବନକାଳରେ କହୁଛନ୍ତି । ବ୍ରିଟିଶ ଲେଖକ ଗ୍ଲାଏସ ବ୍ରାଣ୍ଡରେଥର ପୁସ୍ତକ ‘ଦି ଜଏ ଅଫ ଲେକ୍ସ ହାଓ ଟୁ ଫନ ୱିଥ୍ ୮୬୦,୩୪.୫୦୦’ରେ ଏହି ସୂଚନା ଦିଆଯାଇଛି । ଜଣେ ମଣିଷ ସାରଜୀବନରେ ୮୬ କୋଟି ଶବ୍ଦ କହିଥାଏ । ଏହାର ତୁଳନା ସେ ଇଂରାଜୀର ଅକ୍ସଫୋର୍ଡ ଡିକସିନାରୀର ୨୦ଟି ଭଲ୍ୟୁମ ସହ ତୁଳନା କରିଛନ୍ତି । ଏହାକୁ ଆପଣ ୧୫ ଥର ପଢିବା ଯାହା ସାରା ଜୀବନ ସେତିକ ଶବ୍ଦ କହିବା ତାହା । କିଙ୍ଗ ଜେମସ ବିବେଲରେ ଯେତିକି ଶବ୍ଦ ଅଛି ତାରା ୧୧୧୦ ଗୁଣ ଶବ୍ଦ ଆପଣ ଆପଣଙ୍କ ଜୀବନରେ କହିଥାନ୍ତି ।