କରୋନାଠୁ ବି ଭୟଙ୍କ ଥିଲା ଏହି ମହାମାରୀ... ଜୀବନ ମୁକୁଳିବାକୁ ଲାଗିଥିଲା ୨୮୦ ବର୍ଷ, ଜାଣନ୍ତୁ କେଉଁଠି ଏବଂ କ’ଣ ଏହି ମହାମାରୀର ନାଁ

Advertisment
କରୋନାଠୁ ବି ଭୟଙ୍କ ଥିଲା ଏହି ମହାମାରୀ... ଜୀବନ ମୁକୁଳିବାକୁ ଲାଗିଥିଲା ୨୮୦ ବର୍ଷ, ଜାଣନ୍ତୁ କେଉଁଠି ଏବଂ କ’ଣ ଏହି ମହାମାରୀର ନାଁ

କନକ ବ୍ୟୁରୋ : ଗତ ୨୦୧୯ରୁ କରୋନା ମହାମାରୀରେ ସାରା ବିଶ୍ୱ ଘାଣ୍ଟି ହେଉଛି । ସଂକ୍ରମଣ ଯେଉଁ ପରିମାଣରେ ବଢୁଛି, ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ପରିମାଣରେ ବଢୁଛି । ଶବ ଦାହ କରିବା ପାଇଁ ମଶାଣି ମିଳୁନି, ସମ୍ପର୍କିୟ ଶବ ଛାଡି ଚାଲିଯାଉଛନ୍ତି, ଗଙ୍ଗା ନଦୀରେ ଶବ ଭାଷୁଛି, ଅକ୍ସିଜେନ୍ ନପାଇ ରାସ୍ତାରେ ରୋଗୀ ଛଟପଟ ହୋଇ ଜୀବନ ହାରୁଛି । ଏଭଳି ଅନେକ ଘଟଣା ଗତ ଦୁଇ ବର୍ଷ ମଧ୍ୟରେ ମଣିଷ ଦେଖି ସାରିଲାଣି । କିନ୍ତୁ ଆପଣ ଜାଣିଛନ୍ତି କି, ଶହ ଶହ ବର୍ଷ ପୂର୍ବେ କରୋନା ଭଳି ଆଉ ଏକ ମହାମାରୀ ବ୍ୟାପିଥିଲା । ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ସେତେବେଳେ ମଧ୍ୟ ଠିକ୍ ଆଜି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶବ ପୋଡିବାକୁ ମଶାଣି ନଥିଲା କି ସେତେବେଳେ ଚିକିତ୍ସା ପାଇଁ କୌଣସି ବିକଶିତ ଚିକିତ୍ସା ପ୍ରଣାଳି ନଥିଲା । ଲୋକ ପୋକ ମାଛି ଭଳି ରାସ୍ତା ଘାଟରେ ପଡି ପ୍ରାଣ ହରାଉଥିଲେ । ସ୍ଥିତି ଏପରି ହୋଇଯାଇଥିଲା କି ଶବ ଗଣିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା ।
୩ଶହ ବର୍ଷ ପୂର୍ବେ...
ବୋଷ୍ଟନ ଲାଇବ୍ରେରୀ ରେକର୍ଡରୁ ଯାହା ଜଣାପଡିଛି, ୩ଶହ ବର୍ଷ ପୂର୍ବେ ଚେଚକ (ସ୍ମଲପକ୍ସ ଏପିଡେମିକ୍) ନାମକ ଏକ ଭାଇରସର ଉତ୍ପତି ହୋଇଥିଲା । ଏହି ଭାଇରସ୍ ଧିରେ ଧିରେ ଜଣଙ୍କଠୁ ଅନ୍ୟ ଜଣଙ୍କୁ ବ୍ୟାପିବାରେ ଲାଗିଲା । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିଲା, ସେହିଭଳି ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଲା । ସେତେବେଳେ ଚିକିତ୍ସା ପ୍ରଣାଳି ଏତେ ବିକଶିତ ହୋଇନଥିଲା । ଔଷଧ କିମ୍ବା ଟିକା ବାହାର କରିବା ପାଇଁ ଅନେକ ବର୍ଷ ଲାଗିଯାଇଥିଲା । ଯାହା ଫଳରେ ବିଶ୍ୱରେ ସ୍ଥିତି ଅତି ଭୟଙ୍କର ହୋଇପଡିଥିଲା । ମୃତ୍ୟୁ ସଂଖ୍ୟା ଏତେ ବଢିଯାଇଥିଲା କି, ମୃତ ଦେହ ଗଣିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା । ଶବଦାହ କରିବା ପାଇଁ ମଶାଣିରେ ସ୍ଥାନ ମିଳୁନଥିଲା । ରାସ୍ତା ଘାଟରେ ଶବ ପୋକମାଛି ଭଳି ପଡି ରହିଥିଲା । କେବଳ ଏତିକି ନୁହେଁ, ଏହି ମହାମାରୀ ଚେଚକ କବଳରେ ଆସି ଅନେକ ପରିବାରର ନିପାତ ହୋଇଯାଇଥିଲେ । ଏହି ଭାଇରସ୍ ପ୍ରଭାବରେ ଆମେରିକା ଅଧିକ ପ୍ରଭାବିତ ହୋଇଥିଲା । ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଇଥିଲା ।
ତେବେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ବା ‘ହୁ’ର କହିବା ଅନୁଯାୟୀ, ୧୯୮୦ ମସିହାରେ ଚେଚକକୁ ମହାମାରୀ ତାଲିକାରୁ ହଟାଇ ଦିଆଯାଇଛି । କାରଣ ଏହା ପରଠାରୁ ଚେଚକରେ ସଂକ୍ରମିତ କିମ୍ବା ମୃତ୍ୟୁର ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିଲା । ଏଠାରେ ଆମେ କହି ରଖୁଛୁ କି ଏହି ମହାମାରୀରୁ ବିଶ୍ୱ ମୁକ୍ତ ହେବା ପାଇଁ ପ୍ରାୟ ୨୮୦ ବର୍ଷ ଲାଗିଯାଇଥିଲା । ସେତେବେଳ ସମୟରେ ଦେଶ ବିଦେଶକୁ ବିମାନ ଚଳାଚଳ ଏତେ ମାତ୍ରାରେ ହେଉନଥିଲା, ଏହି କାରଣରୁ ମହାମାରୀ ବେସି ବ୍ୟାପି ପାରିନଥିଲା । ଏବେ ଦେଖିବାର କଥା ରହିଲା ମହାମାରୀ କରୋନାରୁ ସାରା ବିଶ୍ୱ କେବେ ମୁକ୍ତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe