କରୋନାଠୁ ବି ଭୟଙ୍କ ଥିଲା ଏହି ମହାମାରୀ… ଜୀବନ ମୁକୁଳିବାକୁ ଲାଗିଥିଲା ୨୮୦ ବର୍ଷ, ଜାଣନ୍ତୁ କେଉଁଠି ଏବଂ କ’ଣ ଏହି ମହାମାରୀର ନାଁ

917

କନକ ବ୍ୟୁରୋ : ଗତ ୨୦୧୯ରୁ କରୋନା ମହାମାରୀରେ ସାରା ବିଶ୍ୱ ଘାଣ୍ଟି ହେଉଛି । ସଂକ୍ରମଣ ଯେଉଁ ପରିମାଣରେ ବଢୁଛି, ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ପରିମାଣରେ ବଢୁଛି । ଶବ ଦାହ କରିବା ପାଇଁ ମଶାଣି ମିଳୁନି, ସମ୍ପର୍କିୟ ଶବ ଛାଡି ଚାଲିଯାଉଛନ୍ତି, ଗଙ୍ଗା ନଦୀରେ ଶବ ଭାଷୁଛି, ଅକ୍ସିଜେନ୍ ନପାଇ ରାସ୍ତାରେ ରୋଗୀ ଛଟପଟ ହୋଇ ଜୀବନ ହାରୁଛି । ଏଭଳି ଅନେକ ଘଟଣା ଗତ ଦୁଇ ବର୍ଷ ମଧ୍ୟରେ ମଣିଷ ଦେଖି ସାରିଲାଣି । କିନ୍ତୁ ଆପଣ ଜାଣିଛନ୍ତି କି, ଶହ ଶହ ବର୍ଷ ପୂର୍ବେ କରୋନା ଭଳି ଆଉ ଏକ ମହାମାରୀ ବ୍ୟାପିଥିଲା । ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ସେତେବେଳେ ମଧ୍ୟ ଠିକ୍ ଆଜି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶବ ପୋଡିବାକୁ ମଶାଣି ନଥିଲା କି ସେତେବେଳେ ଚିକିତ୍ସା ପାଇଁ କୌଣସି ବିକଶିତ ଚିକିତ୍ସା ପ୍ରଣାଳି ନଥିଲା । ଲୋକ ପୋକ ମାଛି ଭଳି ରାସ୍ତା ଘାଟରେ ପଡି ପ୍ରାଣ ହରାଉଥିଲେ । ସ୍ଥିତି ଏପରି ହୋଇଯାଇଥିଲା କି ଶବ ଗଣିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା ।
୩ଶହ ବର୍ଷ ପୂର୍ବେ…
ବୋଷ୍ଟନ ଲାଇବ୍ରେରୀ ରେକର୍ଡରୁ ଯାହା ଜଣାପଡିଛି, ୩ଶହ ବର୍ଷ ପୂର୍ବେ ଚେଚକ (ସ୍ମଲପକ୍ସ ଏପିଡେମିକ୍) ନାମକ ଏକ ଭାଇରସର ଉତ୍ପତି ହୋଇଥିଲା । ଏହି ଭାଇରସ୍ ଧିରେ ଧିରେ ଜଣଙ୍କଠୁ ଅନ୍ୟ ଜଣଙ୍କୁ ବ୍ୟାପିବାରେ ଲାଗିଲା । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିଲା, ସେହିଭଳି ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଲା । ସେତେବେଳେ ଚିକିତ୍ସା ପ୍ରଣାଳି ଏତେ ବିକଶିତ ହୋଇନଥିଲା । ଔଷଧ କିମ୍ବା ଟିକା ବାହାର କରିବା ପାଇଁ ଅନେକ ବର୍ଷ ଲାଗିଯାଇଥିଲା । ଯାହା ଫଳରେ ବିଶ୍ୱରେ ସ୍ଥିତି ଅତି ଭୟଙ୍କର ହୋଇପଡିଥିଲା । ମୃତ୍ୟୁ ସଂଖ୍ୟା ଏତେ ବଢିଯାଇଥିଲା କି, ମୃତ ଦେହ ଗଣିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା । ଶବଦାହ କରିବା ପାଇଁ ମଶାଣିରେ ସ୍ଥାନ ମିଳୁନଥିଲା । ରାସ୍ତା ଘାଟରେ ଶବ ପୋକମାଛି ଭଳି ପଡି ରହିଥିଲା । କେବଳ ଏତିକି ନୁହେଁ, ଏହି ମହାମାରୀ ଚେଚକ କବଳରେ ଆସି ଅନେକ ପରିବାରର ନିପାତ ହୋଇଯାଇଥିଲେ । ଏହି ଭାଇରସ୍ ପ୍ରଭାବରେ ଆମେରିକା ଅଧିକ ପ୍ରଭାବିତ ହୋଇଥିଲା । ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଇଥିଲା ।
ତେବେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ବା ‘ହୁ’ର କହିବା ଅନୁଯାୟୀ, ୧୯୮୦ ମସିହାରେ ଚେଚକକୁ ମହାମାରୀ ତାଲିକାରୁ ହଟାଇ ଦିଆଯାଇଛି । କାରଣ ଏହା ପରଠାରୁ ଚେଚକରେ ସଂକ୍ରମିତ କିମ୍ବା ମୃତ୍ୟୁର ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିଲା । ଏଠାରେ ଆମେ କହି ରଖୁଛୁ କି ଏହି ମହାମାରୀରୁ ବିଶ୍ୱ ମୁକ୍ତ ହେବା ପାଇଁ ପ୍ରାୟ ୨୮୦ ବର୍ଷ ଲାଗିଯାଇଥିଲା । ସେତେବେଳ ସମୟରେ ଦେଶ ବିଦେଶକୁ ବିମାନ ଚଳାଚଳ ଏତେ ମାତ୍ରାରେ ହେଉନଥିଲା, ଏହି କାରଣରୁ ମହାମାରୀ ବେସି ବ୍ୟାପି ପାରିନଥିଲା । ଏବେ ଦେଖିବାର କଥା ରହିଲା ମହାମାରୀ କରୋନାରୁ ସାରା ବିଶ୍ୱ କେବେ ମୁକ୍ତ ହେଉଛି ।