ବିମାନ ଯାତ୍ରୀଙ୍କୁ ଅତିଶୀଘ୍ର ଅନେକ ପ୍ରକାରର ଅଧିକାର ମିଳିପାରିବ । ଘରୋଇ ବିମାନ ୬ଘଂଟା କିମ୍ବା ଏହାଠାରୁ ଅଧିକ ବିଳମ୍ବ ହେଲେ ଏୟାରଲାଇନକୁ ଏହାର ସୂଚନା ଯାତ୍ରୀଙ୍କୁ ପ୍ରଥମେ ହିଁ ଦେବାକୁ ପଡିବ । କେବଳ ଏତିକି ନୁହେଁ, ବିକଳ୍ପ ବିମାନର ବ୍ୟବସ୍ଥା କରିବାକୁ ପଡିବ କିମ୍ବା ପୁରା ଟିକେଟ୍ ଟଙ୍କା ରିଫଣ୍ଡ କରିବାକୁ ପଡିବ ।
ଏୟାର ଲାଇନ୍ ଯଦି ଫ୍ଲାଇଟ୍ କ୍ୟାନସଲ କରିଦିଏ ଏବଂ ଏହାର ସୂଚନା ଆପଣଙ୍କ ପର୍ଯ୍ୟନ୍ତ ପହଂଚାଉନି, ତେବେ ଆପଣ ୫୦୦୦ରୁ ୧୦,୦୦୦ ଟଙ୍କା ଜରିମାନା ପାଇବାର ଅଧିକାରୀ ହେବେ ଯାତ୍ରୀ । ଏହି ଟଙ୍କା ଟ୍ରାଭେଲ ଟାଇମ୍ କିମ୍ବା ଇନ୍ଧନ ସରଚାର୍ଜ ସହିତ ବେସ୍ ଫେୟାର ଉପରେ ନିର୍ଭର କରିବ ।
ବୁଧବାର ବିମାନ ମନ୍ତ୍ରାଳୟ ଯାତ୍ରୀଙ୍କୁ ଅଧିକାରଗୁହିକ ସହିତ ଚାଟ୍ ଜାରି କରିଛି । ଏଥିରେ ସମସ୍ତ ବ୍ୟବସ୍ଥାକୁ ସ୍ଥାନ ଦିଆଯାଇଛି । ଏୟାର ଲାଇନ୍ ସହିତ ପାଖାପାଖି ୯ମାସର ଚର୍ଚ୍ଚା ପରେ ଏହାକୁ ଜାରି କରାଯାଇଛି । ଯଦି ଆପଣ ବିମାନ ବନ୍ଦରରେ ଅଛନ୍ତି । ବିମାନ ୨-୬ ଘଂଟା ବିଳମ୍ବ ହୋଇଯାଉଛି, ତେବେ ସେହି ସ୍ଥିତିରେ ଏୟାର ଲାଇନ୍ସ କମ୍ପାନୀ ଆପଣଙ୍କୁ ମାଗଣା ଖାଦ୍ୟ ଓ ରିଫ୍ରେଶମେଂଟ ଉପଲବ୍ଧ କରାଇବ । ରାତି ୮ରୁ ସକାଳ ୩ଟା ମଧ୍ୟରେ ନିର୍ଦ୍ଧାରିତ ଫ୍ଲାଇଟ୍ ୬ଘଂଟାରୁ ଅଧିକ ବିଳମ୍ବ ହେଲେ, ଏୟାରଲାଇନକୁ ଯାତ୍ରୀଙ୍କୁ ଗୋଟିଏ ଦିନ ପୂର୍ବରୁ ସୂଚନା ଦେବାକୁ ପଡିବ । ଏହା ସହିତ ହୋଟେଲରେ ରହିବାର ମାଗଣା ବ୍ୟବସ୍ଥା କରିବାକୁ ପଡିବ । ଅନ୍ୟ ବିମାନଗୁଡିକ ମାମଲାରେ ୨୪ ଘଂଟାରୁ ଅଧିକ ବିଳମ୍ବ ହେଲେ ମଧ୍ୟ ଏହି ଜିନିଷ ଲାଗୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/airport-girl-what-are-your-rights-if-your-plane-is-delayed-or-cancelled-a-world-to-travel.jpg)
/kanak/media/post_attachments/wp-content/uploads/2019/03/170503-flight-cancellations-300x200.jpg)
/kanak/media/post_attachments/wp-content/uploads/2019/03/Cancelled-Delayed-Flight-Board-300x225.jpg)