ପଖାଳ ଦିବସ କାହିଁକି ପାଳନ କରାଯାଏ ? ଜାଣନ୍ତୁ ପଖାଳ ସହିତ ଜଡିତ ଧାର୍ମିକ ପରମ୍ପରା ଓ ବୈଜ୍ଞାନିକ କାରଣ

Advertisment
ପଖାଳ ଦିବସ କାହିଁକି ପାଳନ କରାଯାଏ ? ଜାଣନ୍ତୁ ପଖାଳ ସହିତ ଜଡିତ ଧାର୍ମିକ ପରମ୍ପରା ଓ ବୈଜ୍ଞାନିକ କାରଣ

source : Latest odisha News

ଵିଷୁଵ ଵୃତ୍ତ ନିକଟରେ ରହୁଥିବା ହେତୁ ଭାରତ ଏକ ଗ୍ରୀଷ୍ଣପ୍ରବଣ ଦେଶ । ଏପରି ପରିଵେଶରେ ରହୁଥିବା ଅଧିଵାସୀ ଅଧିକ ଜଳୀୟଅଂଶ ଧାରଣ କରିବା ଭଳି ଖାଦ୍ୟ ଖାଆନ୍ତି । ସେଥିରୁ ଆଵିଷ୍କାର କରିଥିଲେ ଏହି ଅନନ୍ୟ ଉପାୟ, ଯାହା ଏକ ଉପଯୋଗୀ ଖାଦ୍ୟ ଭାବରେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଆସିଛି।

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଵିଶେଷଜ୍ଞମାନେ ଅଧିକ ଜଳୀୟାଂଶ ଥିବା ଖାଦ୍ୟ ଖାଇବାକୁ ପ୍ରସ୍ତାବ ଦେଇଥାନ୍ତି, ସେଥିରେ ପଖାଳ ହେଉଛି ପ୍ରମୁଖ। ଓଡ଼ିଶାର ଏହି ପାରମ୍ପରିକ ଖାଦ୍ୟ ଯୋଗୁଁ ଅନେକାଂଶରେ ଅଂଶୁଘାତକୁ ପ୍ରତିରୋଧ କରିହେଉଛି । ଗ୍ରାମାଞ୍ଚଳରେ ପରିଶ୍ରମୀ ଲୋକମାନେ ଦିନକୁ ଦୁଇ ଓଳି ପଖାଳ ଖାଆନ୍ତି ।

publive-image

ଭାତକୁ ଓଦା କରି ପାଣି କିମ୍ବା ତୋରାଣିରେ ଭିଜେଇ ରଖିବା ଓ ଖାଇବା ଆମ ଓଡ଼ିଆ ଘରେ ଅନେକ ଶତାବ୍ଦୀରୁ ଚଳି ଆସିଛି । ଏହା ଆମର ସାମାଜିକ ଚଳଣୀରେ ଅନ୍ନ ନଷ୍ଟ ନକରିବାର ପରମ୍ପରାକୁ ବଜାୟ ରଖିବାରେ ସହାୟକ ହୋଇଥାଏ ।

ଆମ ଠାକୁରଙ୍କ ଛପନ ଭୋଗରେ ଅନେକ ଶତାବ୍ଦୀ ଧରି ପଖାଳ ଅନ୍ତର୍ଭୁକ୍ତ ଅଛି । ମାନଵୀୟ ଲୀଳା କରୁଥିବା ଆମ ଠାକୁର ଗ୍ରୀଷ୍ମ ପ୍ରଵାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ସମୟରେ ଦହି ପଖାଳ ମଣୋହି କରି ମଦନମୋହନ ରୂପେ ଚାପ ଖେଳିବା ପାଇଁ ବାହାରନ୍ତି । ପ୍ରତିଦିନ ଶ୍ରୀମନ୍ଦିର ପରିସରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe