କନକ ବ୍ୟୁରୋ: ଉଷ୍ମ-ଦ୍ୱୀପପୁଞ୍ଜରେ ପରିଣତ ହେଉଛି କି ଭୁବନେଶ୍ୱର? ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ହେଉଥିବା ବେଳେ ରାଜଧାନୀରେ ବି ପ୍ରବଳ ତାତି ଅନୁଭୂତ ହେଉଛି । ଆଉ ଏହି ସମୟରେ ପାଣିପାଗ ବିଜ୍ଞାନୀଙ୍କ ଟ୍ୱିଟ୍ ପରେ ଭୁବନେଶ୍ୱର ଉଷ୍ମ-ଦୀପପୁଞ୍ଜ ପାଲଟିଯିବ କି ବୋଲି ସନ୍ଦେହ ପ୍ରକାଶ ପାଇଛି । ଏହାସହ ଆଇଆଇଟି, ଭୁବନେଶ୍ୱରର ଏକ ଗବେଷଣା ଏବେ ଚର୍ଚ୍ଚାରେ ରହିଛି । ଯେଉଁଥିରେ ଉଲ୍ଲେ୍ଖ ରହିଛି ଯେ ଉଷ୍ମ-ଦୀପପୁଞ୍ଜ ସହରରେ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଅପେକ୍ଷା ଅଧିକ ଗରମ ଅନୁଭୂତ ହୁଏ ।

  • କାହିଁକି ତାତୁଛି ଭୁବନେଶ୍ୱର?
  • ପାଲଟୁଛି କି ଉଷ୍ମ-ଦ୍ୱୀପପୁଞ୍ଜ ସହର?
Advertisment

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ହେଉଥିବା ବେଳେ ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ । ପାଣିପାଗ ବିଜ୍ଞାନୀଙ୍କ ଟ୍ୱିଟ୍ ପରେ ଭୁବନେଶ୍ୱର ସହରାଞ୍ଚଳ ଉଷ୍ମ-ଦୀପପୁଞ୍ଜ ପାଲଟିଯିବ କି ବୋଲି ସନ୍ଦେହ ପ୍ରକାଶ ପାଇଛି । ଆଇଆଇଟି, ଭୁବନେଶ୍ୱର କରିଥିବା ଗବେଷଣା ପୁଣିଥରେ ଚର୍ଚ୍ଚାକୁ ଆସିଛି । ସେ ଉଲ୍ଲେ୍ଖ କରିଛନ୍ତି, ଉଷ୍ମ-ଦୀପପୁଞ୍ଜ ସହରରେ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଅପେକ୍ଷା ଅଧିକ ଗରମ ଅନୁଭୂତ ହୁଏ ।

ଭୁବନେଶ୍ୱରରେ କାହିଁକି ବଢ଼ୁଛି ତାପମାତ୍ରା?

  • ଆଇଆଇଟି ଭୁବନେଶ୍ୱର କରିଥିବା ଗବେଷଣା ଅନୁସାରେ
  • ୧୫ ବର୍ଷ ମଧ୍ୟରେ ୮୯ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଛି
  • ଆଦ୍ରଭୂମି ବା ଜଳାଶୟ ସଂଖ୍ୟା କମି ଚାଲିଛି
  • ୮୩ ପ୍ରତିଶତ ଚାଷଜମି ହ୍ରାସ ପାଇଛି

ଚାଷଜମି, ପ୍ରାକୃତିକ ଜଳାଶୟ ସହ ରାଜଧାନୀ ଭୁବନେଶ୍ୱରରେ ଥିବା ସବୁଜ ବଳୟ ଧୀରେ ଧୀରେ ହଟିବାରେ ଲାଗିଛି । ଏହାର ସ୍ଥାନ ନେଇଛି ବଡ଼ ବଡ଼ କୋଠା, କଂକ୍ରିଟ୍ ସଡ଼କ । ଯାହା ଅଧିକ ଉତ୍ତାପ ଧରି ରଖିବା ସହ ଅଧିକ ବିକିରଣ ମଧ୍ୟ କରିଥାଏ । ଫଳରେ ସହରର ତାପମାତ୍ରା ବଢ଼ିବାରେ ଲାଗିଛି । ଦ୍ରୁତ ସହରୀକରଣ ଯୋଗୁଁ ଆଖପାଖ ଅଞ୍ଚଳ ଅପେକ୍ଷା ଭୁବନେଶ୍ୱରର ତାପମାତ୍ରା ଅଧିକ ରହୁଛି । ଉପକୂଳ ଓଡ଼ିଶାରେ ସବୁଠୁ ଅଧିକ ତାତି ଭୁବନେଶ୍ୱରରେ ଅନୁଭୂତ ହେଉଛି ।