ଗ୍ୟାସ ଠାରୁ କ୍ଷୀର ଯାଏଁ ସବୁ ହେଲା ମହଙ୍ଗା । ପକେଟ୍ ଉପରେ ମାଡ଼ କରିବ ଜୁଲାଇ ମାସ ।

Advertisment
ଗ୍ୟାସ ଠାରୁ କ୍ଷୀର ଯାଏଁ ସବୁ ହେଲା ମହଙ୍ଗା । ପକେଟ୍ ଉପରେ ମାଡ଼ କରିବ ଜୁଲାଇ ମାସ ।

କନକ ବ୍ୟୁରୋ : ଜୁଲାଇ ମାସ ଆରମ୍ଭରୁ ବଢିଯାଇଛି ସାଧାରଣ ଲୋକଙ୍କ ଚିନ୍ତା । ମାସ ଆରମ୍ଭରୁ ଲୋକଙ୍କ ପକେଟରେ ଅନେକ ଖର୍ଚ୍ଚର ଭାର ବଢୁଥିବା ପରି ମନେହେଉଛି । ଜୁଲାଇ ପହିଲାରୁ ଏମିତି କିଛି ନୂଆ ନିୟମ ଏବଂ ପରିବର୍ତ୍ତନ ଲାଗୁ ହୋଇଛି, ଯାହା ଲୋକଙ୍କ ପକେଟ ଉପରେ ସିଧା ମାଡ କରୁଛି । ଗୋଟିଏ ପଟେ ଦେଶରେ ବଢୁଥିବା କରୋନା ସଂକ୍ରମଣ ସହ ଦେଶ ଲଢେଇ କରୁଛି ଏବଂ ଅନ୍ୟପଟେ ବେକାରୀ, ବେରୋଜଗାରୀଙ୍କ ସଂଖ୍ୟା ବଢୁଛି । ଆଉ ଏହାରି ଭିତରେ ଲୋକଙ୍କ ଉପରେ ପଡିଛି ମହଙ୍ଗା ମାଡ ।

ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର
ବିନା ସବସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ଅଧିକ ମହଙ୍ଗା ହୋଇଛି । ସିଲିଣ୍ଡର ପିଛା ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡର ଦରରେ ୭୬ ଟଙ୍କା ବୃଦ୍ଧି କରାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ୬ ମାସ ଭିତରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ୧୪୦ ଟଙ୍କା ବ୍ୟୟବହୁଳ ହୋଇଛି । ତେବେ ଦିଲ୍ଲୀ-ମୁମ୍ବାଇରେ ଅଣସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ରନ୍ଧନ ଗ୍ୟାସ ସିଲିଣ୍ଡରର ଦର ୮୩୪ ଟଙ୍କା ୫୦ ପଇସା ହୋଇଥିବା ବେଳେ ଚେନ୍ନାଇରେ ଏହା ୮୫୦ ଟଙ୍କା ୫୦ ପଇସାରେ ଗ୍ରାହକ କିଣିପାରିବେ ।

ବଢିଲା କ୍ଷୀର ଦର
ଦେଶର ବୃହତ୍ତମ ଦୁଗ୍ଧ ଉତ୍ପାଦନ ଏବଂ ମାର୍କେଟିଂ କମ୍ପାନୀ ଅମୂଲ, ନିଜର ଦୁଗ୍ଧ ପ୍ୟାକେଟକୁ ୨ ଟଙ୍କା ବଢାଇଦେଇଛି । ଅର୍ଥାତ ଜୁଲାଇ ପହିଲାରୁ ଅମୂଲର ସମସ୍ତ ବ୍ରାଣ୍ଡରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ପାଖାପାଖି ୧ ବର୍ଷ ଏବଂ ୭ମାସ ପରେ ଅମୂଲ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ମୂଲ୍ୟ ଅମୂଲ ସମସ୍ତ ଦୁଗ୍ଧ ବ୍ରାଣ୍ଡ, ଯେମିତିକି ସୋନା, ତାଜା, ଶକ୍ତି, ଟି-ସ୍ପେଶାଲ ଭଳି ସମସ୍ତ ବ୍ରାଣ୍ଡ ଉପରେ ଲାଗୁ ହେବ ।

ଏଣିକି କଟିବ ଅଧିକ ଟିଡିଏସ୍
ଯେଉଁମାନେ ଗତ ଦୁଇ ବର୍ଷ ମଧ୍ୟରେ ଆୟକର ଦାଖଲ କରିନାହାନ୍ତି, ସେମାନଙ୍କୁ ଏଣିକି ଅଧିକ ଟିଡିଏସ୍ ଏବଂ ଟିସିଏସ୍ ଦେବାକୁ ପଡିବ । ଏକ ନୂତନ ଆୟକର ଅଧିନିୟମରେ ଏହି ପ୍ରାବଧାନ କରାଯାଇଛି, ଯେ ଯଦି ଜଣେ କରଦାତା ଦୁଇ ବର୍ଷ ପାଇଁ ଟିକସ ଦେଇନାହାନ୍ତି, ଏବଂ ତାଙ୍କର ପ୍ରତି ବର୍ଷ ୫୦,୦୦୦ ଅଧିକ ଟଙ୍କା ଟିଡିଏସ କଟୁଥାଏ, ତେବେ ତାଙ୍କୁ ଅଧିକ ଟଙ୍କା ଟିଡିଏସ୍ ଭରିବାକୁ ପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe