ଦେଶ ପାଇଲା ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ରେଳମନ୍ତ୍ରୀ । ଜାଣନ୍ତୁ, କେଉଁ ନେତାଙ୍କୁ ମିଳିଲା କେଉଁ ପଦ ?

1,006

କନକ ବ୍ୟୁରୋ: ଦେଶ ପାଇଲା ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ମନସୁଖ ମାଣ୍ଡଭ୍ୟ ହେଲେ ମୋଦୀ ସରକାରର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ଆଜି ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହିତ ଦେଶ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ପାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସ୍ୱାସ୍ଥ୍ୟ ବିଭାଗ ସହିତ ସାର ଓ ରସାୟନ ବିଭାଗର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ । ହର୍ଷବର୍ଦ୍ଧନଙ୍କ ଇସ୍ତଫା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଦ ଖାଲି ରହିଥିଲା ଏବେ ମନସୁଖ ଦେଶର ଆଗାମୀ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାଯ୍ୟ ଭାର ସମ୍ଭାଳିବେ । ଅନ୍ୟପଟେ ଦେଶକୁ ନୂଆ ଶିକ୍ଷାମନ୍ତ୍ରୀ ମଧ୍ୟ ମିଳିଛି । କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ କରି ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶର ଦାୟିତ୍ୱ ଦିଆଯାଇଛି । ସେହିପରି ଓଡିଶାରୁ ନିର୍ବାଚିତ ହୋଇ ରାଜ୍ୟସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ମୋଦୀ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ସେ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଛନ୍ତି ।