ଜାଣନ୍ତୁ ଦେଶରେ କେବେ ଓ କେଉଁଠି ହୋଇଥିଲା ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ?

2,147

କନକ ବ୍ୟୁରୋ : ବାହାନଗାରୁ ଆସୁଛି ବେଦନା ଓ କୋହଭରା ଚିତ୍ର । ଲୁହା, ଲୁହ ଓ ଲହୁ ହୋଇଯାଇଛି ଏକାକାର । ଭୟାବହ ରେଳ ଦୁର୍ଘଟଣାରେ ଚାଲିଯାଇଛି ଅନେକଙ୍କ ଜୀବନ ନେଇଛି । । ତେବେ ଭାରତରେ ରେଳ ଦୁର୍ଘଟଣା ଯେତିକ ଲମ୍ବା ସେତିକି ବିଭତ୍ସ । ବିହାର ରେଳ ଦୁର୍ଘଟଣାକୁ ଦେଶର ସବୁଠୁ ବଡ ଦୁର୍ଘଟଣା ବୋଲି କୁହାଯାଏ । ୧୯୮୧ ମସିହାର ଜୁନ ୬ ତାରିଖ । ବିହାରର ମାନସୀ ଓ ସହରାସା ମଧ୍ୟରେ ବାଗମତି ନଦୀ ଉପରେ ଘଟିଥିଲା ଭୟାବହ ଦୁର୍ଘଟଣା । ବାଗମତୀ ନଦି ଉପରେ ଥିବା ୫୧ ନମ୍ବର ପୋଲ ଉପରେ ସତେ ଯେମତି ସେଦିନ ଯମଦୂତ ଜଗି ବସିିଥିଲା । ମାନସୀରୁ ସହରାସା ଯାଉଥିବା ଟ୍ରେନରେ ଥିଲା ମୋଟ ୯ଟ ବଗି । ୫୧ ନମ୍ବର ପୋଲ ଉପରେ ଟ୍ରେନ ପହଚିଲାବେଳକ ଆସିଥିଲା ମୃତ୍ୟୁର ତୋଫାନ । ଝଡ ଓ ବର୍ଷା ଭିତରେ ଫସିଥିଲା ଟ୍ରେଦ । ହଠାତ ଟ୍ରେନ ଚାଳକ ବ୍ରେକ ମାରିବା ଫଳରେ ନଦୀକୁ ଖସିପଡିଥିଲା ୯ଟ ବଗି । ଏଥିହ ଜଳସମାଧୀ ନେଇଥିଲେ ୭୫୦ରୁ ଅଧିକ ଯାତ୍ରୀ । ଏବେ ନଜର ପକାନ୍ତୁ ଦେଶର ସବୁଠୁ ବଡ ଟ୍ରେନ ଦୁର୍ଘଟଣା ଉପରେ—-

ଦେଶର ସବୁଠୁ ବଡ ଟ୍ରେନ୍ ଦୁର୍ଘଟଣା
– ଅଗଷ୍ଟ ୨୦, ୧୯୯୫ ୩୫୮ ଲୋକଙ୍କ ମୃତ୍ୟୁ
-ୟୁପି ଫିରୋଜାବାଦରେ ପୁରୁଷୋତ୍ତମ ଏକ୍ସ୍ରପ୍ରେସ ଓ କାଳିନ୍ଦୀ ଏକ୍ସପ୍ରେସ୍ ଧକ୍କା

– ଅଗଷ୍ଟ ୨, ୧୯୯୯, ୨୯୦ ଜଣ ଯାତ୍ରୀଙ୍କ ମୃତ୍ୟୁ
– ଆସାମର ଗାଇସାଲରେ ଅଯୋଧ୍ୟା- ଆସାମ ଏକ୍ସ୍ରପ୍ରେସ୍ ଓ ବ୍ରହ୍ମପୁତ୍ର ମେଲ ଦୁର୍ଘଟଣା

-ନଭେମ୍ବର ୨୬, ୧୯୯୮ରେ ୨୧୨ ଜଣଙ୍କ ମୃତ୍ୟୁ
-ପଞ୍ଜାବରେ ଜାମ୍ମୁ ତାଇସିଲଦା ଏକ୍ସପ୍ରେସ୍ ସହ କାଳିନ୍ଦୀ ଏକ୍ସପ୍ରେସ୍ ଧକ୍କା

– ମେ ୨୮, ୨୦୧୦, ୧୭୦ ଯାତ୍ରୀଙ୍କ ମୃତ୍ୟୁ
– ମେଦିନପୁରରେ ବିସ୍ଫୋରଣ ପରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇଥିଲା

-ଜୁଲାଇ ୮, ୧୯୮୧, ୧୫୦ ଲୋକଙ୍କ ମୃତ୍ୟୁ
– କେରଳର ପେରୁମାନରେ ଦ ଆଇସଲ୍ୟାଣ୍ଡ ଓ ଲୋକାଲ ପ୍ୟାସେଞ୍ଜର ଟ୍ରେନ୍ ଧକ୍କା

– ନଭେମ୍ବର ୨୦,୨୦୧୬ରେ ୧୫୦ ଯାତ୍ରୀଙ୍କ ମୃତ୍ୟୁ
– ୟୁପିରେ ଲାଇନଚ୍ୟୁତ୍ ହୋଇଥିଲା ଇନ୍ଦୋର-ପାଟଣା ଏକ୍ସପ୍ରେସ୍

ଫାଭିଓ-ଶୁକ୍ରବାର ସଂଧ୍ୟା ସମୟରେ ଯେଉଁ ଯାତ୍ରୀମାନେ ଯାତ୍ରା ଆରମ୍ଭ କରିଥିଲେ ସେମାନେ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିବେ ଏଭଳି ଘଟଣା ଘଟିବ ଓ ଆଉ ମୁହୁର୍ତକରେ ସବୁ କିଛି ବଦଳିଯିବ । ଅନେକ ପରିବାର ଏବେ ଆଶଙ୍କା ଓ ଆଶା ଭିତରେ ପଡିଛି ।