ଆସିଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ହିସାବ କିତାବ । ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ । ଜାଣନ୍ତୁ, କେଉଁ ବିଭାଗ ପାଇଁ ବଜେଟରେ କଣ?

163

କନକ ବ୍ୟୁରୋ: ଯେତେବେଳେ ସାରା ବିଶ୍ୱରେ କରୋନା ଓ ୟୁକ୍ରେନ-ଋଷ୍ ଯୁଦ୍ଧର ପ୍ରଭାବ ପଡ଼ିଛି, ବିଶ୍ୱ ଅର୍ଥନୀତି ଧିମେଇ ଚାଲିଛି, ଠିକ୍ ଏପରି କିଛି କଷ୍ଟକର କିନ୍ତୁ ଅତି ଗୁରୁତ୍ୱପୂର୍ଣ୍ଣ ସମୟରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ସମାଜ ଓ ଅର୍ଥନୀତି ପ୍ରାୟ ସବୁ ବର୍ଗକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି ଅର୍ଥମନ୍ତ୍ରୀ । ଶିକ୍ଷା, ସ୍ୱାସ୍ଥ୍ୟ, ଡିଜିଟାଲ ଯୋଗାଯୋଗ, ଗ୍ରୀନ୍ ଏନେର୍ଜି, ଆଦିବାସୀ କଲ୍ୟାଣ ପରି ପ୍ରସଙ୍ଗ ଉପରେ ଫୋକସ ଦିଆଯାଇଛି । ନଜର ପକାନ୍ତୁ କେଉଁ ସେକ୍ଟର ପାଇଁ ବଜେଟରେ କ’ଣ ରହିଛି?

ବଜେଟରେ ଅଧିକାଂଶ କ୍ଷେତ୍ର ଓ ବର୍ଗକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି ନିର୍ମଳା ସୀତାରମଣ । ସ୍ୱାସ୍ଥ୍ୟକ୍ଷେତ୍ରରେ ବଡ଼ ଘୋଷଣା ଭାବେ ୧୫୭ ନୂଆ ନର୍ସିଂ କଲେଜ ଖୋଲାଯିବାକୁ ଘୋଷଣା ହୋଇଛି । ଶିକ୍ଷାକ୍ଷେତ୍ରରେ ପାଖାପାଖି ସାଢ଼େ ୩ଲକ୍ଷ ଆଦିବାସୀ ଛାତ୍ରଙ୍କ ପାଇଁ ୭୪୦ଟି ଏକଲବ୍ୟ ମଡେଲ୍ ସ୍କୁଲ ଖୋଲିବା କଥା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେପଟେ ଚଳିତ ଆର୍ଥିକ ବର୍ଷରେ ଚାଷୀଙ୍କୁ ୨୦ ଲକ୍ଷ କୋଟିର ଋଣ ପାଇଁ ଲକ୍ଷ୍ୟ ରଖାଯାଇଛି । ବିକଳ୍ପ ଇନ୍ଧନର ପ୍ରୟୋଗ ଉପରେ ଗୁରୁତ୍ୱ ଦେବା ପାଇଁ ଗୋବର୍ଦ୍ଧନ ସ୍କିମରେ ୫ଶହ ପ୍ଲାଣ୍ଟ ସ୍ଥାପନ କରାଯିବ ।

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଘୋଷଣା

  • ସ୍ୱାସ୍ଥ୍ୟ ପାଇଁ ୮୯ ହଜାର ୧୫୫ କୋଟି ଟଙ୍କାର ବଜେଟ୍
  • ୧୫୭ ନୂଆ ନର୍ସିଂ କଲେଜ ଖୋଲାଯିବ
  • ଏବେ ଥିବା ମେଡିକାଲ କଲେଜରେ ଏହି ନର୍ସିଂ କଲେଜ ପ୍ରତିଷ୍ଠା ହେବ
  • ଦେଶରେ ଆଇସିଏମଆର ଲ୍ୟାବ ସଂଖ୍ୟା ବଢ଼ିବ
  • ୨୦୪୭ ସୁଦ୍ଧା ଏନିମିଆର ମୂଳୋତ୍ପାଟନ ଲକ୍ଷ୍ୟ
  • ଏନିମିଆ ପ୍ରଭାବିତ ଆଦିବାସୀ ଅଞ୍ଚଳରେ ୪୦ ବର୍ଷର ୭ କୋଟି ଲୋକଙ୍କର କରାଯିବ ସ୍କ୍ରିନିଂ

ଶିକ୍ଷା ପାଇଁ ଆଗାମୀ ରୋଡ଼ମ୍ୟାପ୍

  • ୨୦୨୩-୨୪ ଶିକ୍ଷା ପାଇଁ ୧ଲକ୍ଷ ୧୨ହଜାର କୋଟି ଟଙ୍କାର ବଜେଟ୍
  • ସ୍କୁଲ ଶିକ୍ଷା ପାଇଁ ୬୮ହଜାର ୮୦୪ କୋଟି ଟଙ୍କା
  • ଉଚ୍ଚଶିକ୍ଷା ପାଇଁ ୪୪ହଜାର ୯୪ କୋଟି ଟଙ୍କା
  • ଆଦିବାସୀଙ୍କ କଲ୍ୟାଣ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ହଜାର କୋଟି ଟଙ୍କା
  • ପାଖାପାଖି ସାଢ଼େ ୩ଲକ୍ଷ ଆଦିବାସୀ ଛାତ୍ରଙ୍କ ପାଇଁ ଖୋଲିବ ୭୪୦ଟି ଏକଲବ୍ୟ ମଡେଲ୍ ସ୍କୁଲ
  • ଏହି ସ୍କୁଲ ଗୁଡ଼ିକରେ ୩୮ହଜାର ୮୦୦ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ
  • ଶିଶୁ ଓ ଯୁବବର୍ଗଙ୍କ ପାଇଁ ଡିଜିଟାଲ ଲାଇବ୍ରେରୀ ନିର୍ମିତ ହେବ
  • ପଞ୍ଚୟତ ଓ ୱାର୍ଡସ୍ତରରେ ଏହି ଲାଇବ୍ରେରୀ ଖୋଲାଯିବ
  • ପିଲାମାନଙ୍କୁ ବୟସ ଅନୁସାରେ ଆଞ୍ଚଳିକ ଓ ଇଂରାଜୀ ଭାଷାରେ ପୁସ୍ତକ ପ୍ରଦାନ କରାଯିବ

କୃଷକଙ୍କ ପାଇଁ ସ୍ୱତନ୍ତ୍ର ଲକ୍ଷ୍ୟ

  • ଚଳିତ ଆର୍ଥିକ ବର୍ଷରେ ଚାଷୀଙ୍କୁ ୨୦ ଲକ୍ଷ କୋଟିର ଋଣ ପାଇଁ ଲକ୍ଷ୍ୟ
  • ଏଗ୍ରିକଲଚର ଏସଲେରେଟର ଫଣ୍ଡ ପ୍ରତିଷ୍ଠା ହେବ
  • ଅଗ୍ରି-ଷ୍ଟାର୍ଟ ଅପକୁ ଏହା ପ୍ରୋତ୍ସାହନ ଦେବ
  • ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଫାର୍ମିର୍ଂ ପାଇଁ ୧୦ ହଜାର ବାୟୋ ଇନର୍ଫ ସେଣ୍ଟର ସ୍ଥାପନ ହେବ
  • ମତ୍ସ୍ୟପାଳନ କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ୬ ହଜାର କୋଟିର ବରାଦ

ବିକାଶରେ ବିନିଯୋଗ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

  • ବିକାଶ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯିବ
  • ଶିକ୍ଷା, ସ୍ୱାସ୍ଥ୍ୟ ଓ ସହରୀ ବିକାଶରେ ବ୍ୟବହାର ହେବ
  • ଏଆଇ ପାଇଁ ଏକ ରାଷ୍ଟ୍ରୀୟ ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବ
  • ଡିଜି ଲକର ବ୍ୟବସ୍ଥାକୁ ଆହୁରି ସହଜ ଓ ସରଳ କରାଯିବ
  • ପ୍ୟାନ କାର୍ଡକୁ ପରିଚୟ ପତ୍ର ଭାବେ ଗୁରୁତ୍ୱ ମିଳିବ
  • କେୱାଇସି ପ୍ରକ୍ରିୟାକୁ ସରଳ କରାଯିବ
  • ୫-ଜି ବିକାଶ ପାଇଁ ୧୦୦ ରିସର୍ଚ୍ଚ ଲ୍ୟାବ ପ୍ରତିଷ୍ଠା ହେବ

ଗ୍ରୀନ୍ ଏନେର୍ଜି ଉପରେ ଗୁରୁତ୍ୱ

  • ନ୍ୟାସନାଲ ହାଇଡ୍ରୋଜନ ପ୍ରୋଜେକ୍ଟ ପାଇଁ ୧୯୭୦୦ କୋଟି
  • ବିକଳ୍ପ ଇନ୍ଧନର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯିବ
  • ଗୋବର୍ଦ୍ଧନ ସ୍କିମରେ ୫୦୦ ପ୍ଲାଂଟ ସ୍ଥାପନ କରାଯିବ
  • ଏଥିପାଇଁ ୧୦ ହଜାର କୋଟିର ଆବଣ୍ଟନ
  • ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଫାର୍ମିର୍ଂ ପାଇଁ ୧୦ ହଜାର ବାୟୋ ଇନର୍ଫ ସେଣ୍ଟର ସ୍ଥାପନ ହେବ

ଅନ୍ୟ କିଛି ବିଶେଷ ନିଷ୍ପତ୍ତି

  • ଏହାସହ ପ୍ରଧାନମନ୍ତ୍ରୀ କୌଶଳ ଯୋଜନାରେ ୪୭ ଲକ୍ଷ ଯୁବକଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ
  • ଏହି ସମୟରେ ତାଲିମ ନେଉଥିବା ଯୁବକଙ୍କୁ ଭତ୍ତା ମିଳିବ
  • ମହିଳା ସମ୍ମାନ ବଚତ ଯୋଜନାର ଶୁଭାରମ୍ଭ
  • ଏଥିରେ ୨ ଲକ୍ଷ ପର୍ଯ୍ୟନ୍ତ ଜମାରେ ୭.୫% ସୁଧ ମିଳିବ