ମେ’ ୪ରୁ ଗ୍ରୀନଜୋନରେ ୫୦% ଯାତ୍ରୀଙ୍କୁ ନେଇ ଚାଲିବ ବସ୍: ଅରେଂଜ ଜୋନରେ ଚାଲିବ ଟାକ୍ସି, ହେଲେ ଡ୍ରାଇଭର ସହ ଯାଇପାରିବେ ଜଣେ ଯାତ୍ରୀ

ଜିଲ୍ଲା ଭିତରେ ହିଁ ହୋଇପାରିବ ଚଳପ୍ରଚଳ: ରେଡ୍ ଜୋନରେ କ୍ୟାବ୍ ଓ ବସ୍ ଉପରେ କଟକଣା

1,082

କନକ ବ୍ୟୁରୋ: ମେ ୪ରୁ ଆଉ ୨ ସପ୍ତାହ ପାଇଁ ସାରା ଦେଶରେ ଲାଗୁ ରହିବ ତାଲାବନ୍ଦ । ଏହି ତୃତୀୟ ପର୍ଯ୍ୟାୟ ତାଲାବନ୍ଦରେ କଟକଣା ପୂର୍ବ ଦୁଇଟି ପର୍ଯ୍ୟାୟ କଟକଣାକୁ ଅପେକ୍ଷା କୋହଳ କରାଯାଇଛି । ବିିଶେଷ କରି ସାରା ଦେଶର ୭୩୩ ଜିଲ୍ଲାକୁ କରୋନା ମୁକାବିଲା ପାଇଁ ବିଭକ୍ତ କରାଯାଇଛି ୩ଟି ଭାଗରେ । ରେଡ୍ ଜୋନ୍ , ଗ୍ରୀନ ଜୋନ୍ ଏବଂ ଅରେଂଜ ଜୋନ । ସୂଚନା ଅନୁସାରେ ୧୩୦ ଜିଲ୍ଲା ରହିଛି ରେଡ୍ ଜୋନ୍ ରେ । ୨୮୪ ଜିଲ୍ଲା ଅରୋଞ୍ଜ ଜୋନରେ ଏବଂ ୩୧୯ ଟି ଜିଲ୍ଲା ରହିଛି ଗ୍ରୀନ୍ ଜୋନରେ ।

ତେବେ ରେଡ୍ ଅପେକ୍ଷା ଅରେଂଜ ଓ ଗ୍ରୀନ୍ ଜୋନ୍ରେ କିଛି କଟକଣା କୋହଳ ହେବ ବୋଲି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ହେଲେ ରେଡ୍ ଜୋନରେ କଟକଣା କିନ୍ତୁ ବଳବତର ରହିବ । ସାରାଦେଶରେ ଉତରପ୍ରଦେଶରେ ସର୍ବାଧିକ ୧୯ ଜିଲ୍ଲା ରହିଛି ରେଡ୍ ଜୋନରେ । ମହାରାଷ୍ଟ୍ରରେ ୧୪ଟି ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ତାମିଲନାଡୁରେ ୧୨ ଏବଂ ଦିଲ୍ଲୀରେ ୧୧ଟି ଜିଲ୍ଲା ରହିଛି ରେଡ୍ ଜୋନରେ । ଓଡିଶାର ୩ଟି ଜିଲ୍ଲା ରହିଛି ରେଡ୍ ଜୋନରେ । ସେହିପରି ୬ଟି ଜିଲ୍ଲା ଅରେଞ୍ଜ ଜୋନରେ ଥିବା ବେଳେ ୨୧ଟି ଜିଲ୍ଲା ରହିଛି ଗ୍ରୀନ ଜୋନରେ ।