କରୋନା ଟିକାକରଣ ପୂର୍ବରୁ ଦେଶର ସବୁ ଜିଲ୍ଲାରେ ମହାଅଭ୍ୟାସ : ଦେଶର ୭୩୬ ଜିଲ୍ଲାରେ ଡ୍ରାଏ ରନ

ଚେନ୍ନାଇରେ ପ୍ରାକ ଅଭ୍ୟାସର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ; ରାଜ୍ୟର ପ୍ରତି ଜିଲ୍ଲାର ରିହର୍ସଲ

61

କନକ ବ୍ୟୁରୋ : କରୋନା ଟିକାକରଣ ପୂର୍ବରୁ ମହାଅଭ୍ୟାସ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣ୍ର ବଡ ଡ୍ରାଏ ରନ ହୋଇଛି । ଦେଶର ୭୩୬ ଜିଲ୍ଲାରେ ଟିକାକରଣର ରହର୍ସଲ ଚାଲିଛି । ଚେନ୍ନାଇରେ ଡ୍ରାଏନ ରନର ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ପହଂଚି ହର୍ଷବର୍ଦ୍ଧନ ଡ୍ରାଏ ରନର ତଦାରଖ କରିଛନ୍ତି ।

ଏହାପୂର୍ବରୁ ୨୯ ଓ ୨୯ ତାରିଖରେ ଦେଶର ୪ ଟି ରାଜ୍ୟରେ ଡ୍ରାଏରନ ହୋଇଥିଲା । ପରେ ୨ ଜାନୁଆରୀରେ ସବୁ ରାଜ୍ୟରେ ଅଭ୍ୟାସ ହୋଇଥିଲା । ଗୁଜରାଟ, ପଂଜାବ, ଆସାମ ଓ ଆନ୍ଧ୍ରପ୍ରଦେଶରେ ହୋଇଥିବା ଅଭ୍ୟାସରେ ବଡ ରେଜଲ୍ଟ ସାମ୍ନାକୁ ଆସିଛି । ଏହାପରେ ସବୁ ରାଜ୍ୟରେ ଡ୍ରାଏ ରନ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ । କେନ୍ଦ୍ର ସରକାରଙ୍କ ଠାରୁ ନିର୍ଦ୍ଦେଶ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି ।

କେଉଁ ସ୍ଥାନରେ ଟିକାକରଣ ହେବ ଓ ଲୋକେ କିଭଳି ଶୃଙ୍ଖଳିତ ଭାବେ ଟିକା ନେଇପାରିବେ ସେ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର କମିଶନଙ୍କୁ କୁହାଯାଇଛି । ଆଜି ରାଜ୍ୟର ସବୁ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ଓ ପୌରାଂଚଳରେ ଏହି କାର୍ଯ୍ୟକ୍ରମ ଦିନ ୧୦ଟାରୁ ୧୨ଟା ଯାଏଁ ଚାଲିବ । ଆସନ୍ତା ସପ୍ତାହରୁ ଦେଶର କରୋନା ଟିକାକରଣ ପାଇଁ ସରକାର ସଙ୍କେତ ଦେଇଛନ୍ତି । ତା ପୂର୍ବରୁ ଏହି ଡ୍ରାଏରନକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଇଛି ।