ଆଦାନୀଙ୍କ କମ୍ପାନୀରେ ଭୂକମ୍ପ ଆପଣଙ୍କୁ କରି ନଦେଉ କାଙ୍ଗାଳ, ସେୟାର ରଖିବେ ନା ବିକ୍ରି କରିବେ? ପଢନ୍ତୁ…

14,687

କନକ ବ୍ୟୁରୋ: ଗୋଟିଏ ରିପୋର୍ଟ ଆଉ ସବୁକିଛି ଶେଷ । ଶୁଣିବାକୁ ଏହା ସାମାନ୍ୟ ଅଜବ ଲାଗୁଛି ନା । କିନ୍ତୁ ଏଭଳି କିଛି ଘଟିଛି ଦେଶର ବଡ ଶିଳ୍ପପତି ଗୌତମ ଆଦାନୀଙ୍କ କ୍ଷେତ୍ରରେ । ହିଣ୍ଡନବର୍ଗର ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷତି ସହିସାରିଛି । କେବଳ ଏତିକି ନୁହେଁ ଏହାକୁ ନେଇ ସଂସଦରେ ମଧ୍ୟ ବିରୋଧୀ ଜୋରଦାର ପ୍ରଦର୍ଶନ କରୁଛନ୍ତି । ତେବେ ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ସେହି ନିବେଶକ ମାନଙ୍କର କଣ ହେବ ଯେଉଁମାନେ ଆଦାନୀ ଗ୍ରୁପରେ ନିଜର ସେୟାର ଲଗାଇଛନ୍ତି ।

ଜଣେ ସାଧାରଣ ନିବେଶକ ଆଜି ଯେଉଁ ସ୍ଥିତିରେ ରହିଛି ତାହା ଆଦାନୀ ଗ୍ରୁପ କ୍ଷେତ୍ରରେ କେବେ ଦେଖିବାକୁ ମିଳିନଥିଲା । ଆଦାନୀ ଗ୍ରୁପରେ ଟଙ୍କା ଲଗାଇଥିବା ଲୋକଙ୍କ ପାଇଁ ଆଗାମୀ ଦିନରେ କଣ ହେବ ତାହା ସବୁଠାରୁ ବଡ ପ୍ରଶ୍ନ । ତେବେ ଆସନ୍ତୁ ଜାଣିବା ଯଦି ଆପଣଙ୍କ ପାଖରେ ଆଦାନୀ ଗ୍ରୁପର ସେୟାର ରହିଛି ଆପଣ ଏହାକୁ ନିଜ ପାଖରେ ରଖିବେ ନା ଏହାକୁ ବିକ୍ରି କରିଦେବେ ।

ବିଶେଷଜ୍ଞଙ୍କ କହିବାନୁସାରେ ଆଦାନୀ ଗ୍ରୁପରେ ଯେଉଁ ସ୍ଥିତି ରହିଛି ତାହା ସ୍ଥାୟୀ ନୁହେଁ । ଏଭଳି ସ୍ଥିତି ଏଥିପାଇଁ ଦେଖାଦେଇଛି କାରଣ ହିଣ୍ଡନବର୍ଗ ଯେଉଁ ରିପୋର୍ଟ ପ୍ରଦାନ କରିଛି । ତେବେ ଏହାକୁ ନେଇ ଆଦାନୀ ଗ୍ରୁପ କୌଣସି ସ୍ପଷ୍ଟତା ଆଣିନାହିଁ । ବର୍ତ୍ତମାନ ସୁଦ୍ଧା ଏସବିଆଇ ଏବଂ ଏଲଆଇସି ମଧ୍ୟ କିଛି କହିନାହାନ୍ତି । ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞଙ୍କ କହିବା କଥା ଯେ ଆଦାନୀ ଗ୍ରୁପ ଉପରେ ଯେଉଁ ଲୋନ ରହିଛି ତାହା ଅସୁରକ୍ଷିତ ନୁହେଁ । କମ୍ପାନୀର ମଧ୍ୟ ବିବିଧ ପୋର୍ଟଫୋଲିଓ ରହିଛି । ଏହା ସଫା ସଙ୍କେତ ଦେଉଛି ଯେ ଏଭଳି ସ୍ଥିତି ସ୍ଥାୟୀ ନୁହେଁ । ଏଣୁ ଅଧିକ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।