ଛାଡପତ୍ର ନେଇ କୋର୍ଟରେ ଅନୁଭବଙ୍କ ୪୭ ପୃଷ୍ଠାର ପିଟିସନ । କାହିଁକି ବର୍ଷାଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି ଅନୁଭବ ମହାନ୍ତି, ପିଟିସନରେ କଲେ ଉଲ୍ଲେଖ? ପଢନ୍ତୁ କୋର୍ଟରେ କଣ ରହିଛି ଅନୁଭବଙ୍କ ଅଭିଯୋଗ

1,522

କନକ ବ୍ୟୁରୋ: ବର୍ଷା-ଅନୁଭବ ବିବାଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କୋର୍ଟରେ ଉଭୟ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍ ଅନେକ ଗୁମର ଖୋଲିଛି । ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ତ ହୋଇଥିବା ବର୍ଷା ପ୍ରିୟଦର୍ଶୀନୀ ତାଙ୍କ ପିଟିସନରେ ଯାହା ଉଲ୍ଲେଖ କରିଥିଲେ ଅନୁଭବ କିନ୍ତୁ ତାର ପୁରା ଓଲଟା ଅଭିଯୋଗ ଆଣିଛନ୍ତି । ପତ୍ନୀ ବର୍ଷା ଆଣିଥିବା ଅଭିଯୋଗ ଉପରେ ଦିଲ୍ଲୀ ପଟିଆଲା କୋର୍ଟରେ ୪୭ ପୃଷ୍ଠାର ଦାଖଲ କରିଥିବା ପିଟିସନରେ ଗୋଟି ଗୋଟି କରି ଉଲ୍ଲେଖ କରୁଛନ୍ତି ସ୍ୱାମୀ ତଥା ଅନୁଭବ ମହାନ୍ତି । ଆଉ କୋର୍ଟରେ ଅନୁଭବ ଦାଖଲ କରିଥିବା ପିଟିସନର ଏକ କନକ ନ୍ୟୁଜରେ ଲାଗିଛି ।

କୋର୍ଟରେ କଣ କହିଛନ୍ତି ଅନୁଭବ?

• ପ୍ରଥମ ରାତିରେ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା

• ସମ୍ପର୍କ ରଖିବାକୁ ୩ରୁ ୪ ମାସ ସମୟ ମାଗିଥିଲେ ବର୍ଷା

• ପତ୍ନୀଙ୍କ ଏଭଳି ଆଚରଣ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ

• ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ

• ଜନ୍ମଦିନରେ ସବୁ କିଛି ସ୍ୱାଭାବିକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବର୍ଷା

• ଏଥିପାଇଁ ବ୍ୟାପକ ଆୟୋଜନ କରିଥିଲେ ଅନୁଭବ

• ଏହାସତ୍ତେ୍ୱ ମଧ୍ୟ ବର୍ଷାଙ୍କର କଠିନ ହୃଦୟ ତରଳିନଥିବା ପିଟିସନରେ ଉଲ୍ଲେଖ

• ଅନୁଭବଙ୍କ ଘରୁ ଖାଇବା ଖାଉନଥିଲେ ବର୍ଷା

• ଦିଲ୍ଲୀର ଗୃହପ୍ରବେଶ ପୂଜା ଦିନ ସାମିଲ ହୋଇନଥିଲେ ବର୍ଷା

• ପୂଜାରେ ସାମିଲ ହେବାକୁ ଅନୁରୋଧ କରିବା ସତ୍ତେ୍ୱ ମନା କରିଥିଲେ ବର୍ଷା

• ଜୁନ୍ ୨୦୧୫ରେ ବର୍ଷାଙ୍କୁ ଆମେରିକା ନେଇଥିଲେ ଅନୁଭବ

• ସମ୍ପର୍କକୁ ସହଜ କରିବାକୁ ସ୍ୱତନ୍ତ୍ର ଆୟୋଜନ କରିଥିଲେ ଅନୁଭବ

• ଆମେରିକାରେ ମଧ୍ୟ ସମ୍ପର୍କ ରଖିବାକୁ ବର୍ଷା ଅମଙ୍ଗ ହୋଇଥିବା ପିଟିସନରେ ଉଲ୍ଲେଖ

• ଅନୁଭବଙ୍କୁ ସ୍ୱାମୀ ଭଳି ଦେଖୁନଥିଲେ ବର୍ଷା

• ୨୦୧୬ରେ ଅନୁଭବ ଓ ସହ-ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ମିଛ ଅଭିଯୋଗ ଆଣିଥିଲେ ବର୍ଷା

• ପରିବାରକୁ ମିଛ ଅପରାଧିକ ମାମଲାରେ ପକାଇବା ପାଇଁ ବର୍ଷା ଧମକ ଦେଉଥିବା ପିଟିସନରେ ଉଲ୍ଲେଖ

• ୨୦୧୯ ମେ’ ୧ରୁ ବର୍ଷା ଅଲଗା ରହୁଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ

• ବର୍ଷା ଭଲ ବୋହୂ ଓ ପତ୍ନୀ ହେବାରେ ବିଫଳ ହୋଇଛନ୍ତି

• ବର୍ଷା ପ୍ରିୟଦର୍ଶିନୀଙ୍କ ଦାବି ଗ୍ରହଣଯୋଗ୍ୟ ନଥିଲା, ଏହା ମାନସିକ ଦୁଶ୍ଚିନ୍ତା ବଢାଇଥିଲା