ଆଗକୁ ଆସୁଛି ଦୀପାବଳି । ଆଲୋକର ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଶେଷ କଲେଣି । ଘର ସଜାଇବା ସହ ଉପହାର କିଣିଲେଣି ଲୋକେ । ତେବେ ପରିବଶେ ପ୍ରଦୂଷଣକୁ ଆଖି ଆଗରେ ରଖି ଏଥର ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ଗ୍ରୀନ କ୍ରାକର ବା ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି । ତେବେ ସବୁଜ ବାଣ କ’ଣ ? ଏହା କେଉଁଠି ମିଳେ ? ଏହାକୁ ଫୁଟାଇଲେ କ’ଣ ଲାଭ ମିଳିବ ?
ଏହି ସବୁଜ ବାଣ କ’ଣ?
- ଏହି ବାଣ ସାଧାରଣ ବାଣ ପରି କ୍ଷତିକାରକ ନୁହେଁ
- ସବୁଜ ବାଣରେ ପ୍ରଦୂଷଣ ଉପାଦାନ ବହୁତ କମ୍ ମିଶିଥାଏ
- ବାଣ ଫୁଟିବା ସମୟରେ ଧୂଆଁ ସହ ଜଳୀୟବାଷ୍ପ ବାହାରିଥାଏ
- ଏହା ଧୂଳିକଣାକୁ ଉପରକୁ ଉଠିବାକୁ ଦିଏ ନାହିଁ
- ଜଳୀୟବାଷ୍ପ ଧୂଳିକଣାକୁ ଗ୍ରହଣ କରି ତଳକୁ ନେଇଆସେ
- ସାଧାରଣ ବାଣ ଫୁଟିବା ସମୟରେ ପ୍ରାୟ ୧୬୦ ଡେସିବିଲ୍ ଶବ୍ଦ ହୋଇଥାଏ
- ସବୁଜ ବାଣ ମାତ୍ର ୧୧୦ରୁ ୧୨୫ ଡେସିବିଲ ଶବ୍ଦ କରିଥାଏ
- କ୍ଷତିକାରକ ପାର୍ଟିକୁଲେଟ୍ ମେଟର, ନାଇଟ୍ରିକ୍ ଅକ୍ସାଇଡ୍ ଓ ସଲଫର ଅକ୍ସାଇଡ୍ ୩୦-୩୫ ପ୍ରତିଶତ କମ୍ ଥାଏ
- ଆର୍ସେନିକ୍, ଲିଥିୟମ୍, ବେରିୟମ୍ ଭଳି କ୍ଷତିକାରକ ଜିନିଷର ମିଶ୍ରଣ ହୋଇନଥାଏ
ଏହା କେଉଁଠି ମିଳେ ?
ଆପଣ ସରକାରୀ ପଞ୍ଜୀକୃତ ଦୋକାନରୁ ଗ୍ରୀନ କ୍ରାକର କିଣି ପାରିବେ। ଏହା ବ୍ୟତୀତ, ଅନଲାଇନରେ ମଧ୍ୟ ଗ୍ରୀନ କ୍ରାକର କିଣି ପାରିବେ।
ଏହାକୁ ଫୁଟାଇଲେ କ’ଣ ଲାଭ ମିଳିବ?
ଏଥିରୁ ନିର୍ଗତ କଣିକା ପଦାର୍ଥ ୩୦-୩୫% ହ୍ରାସ ହୋଇଥିବାରୁ ଏହା ବାୟୁମଣ୍ଡଳକୁ କମ ପ୍ରଦୂଷିତ କରିଥାଏ। ସାଧାରଣ ବାଣ ଭଳି ଗ୍ରୀନ କ୍ରାକର ଜୋରରେ ଶବ୍ଦ କରିନଥାଏ। ଏହାର ଶବ୍ଦ କମ ଥିବା ସହ ଏଥିରୁ ପାଉଁଶ କମ ବାହାରିଥାଏ ।