କନକ ବ୍ୟୁରୋ : ୬୬ ବର୍ଷ ପରେ ଉତ୍ତର ପ୍ରଦେଶ ବିଧାନସଭାରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଥର ବିଧାୟକମାନେ ବିଧାନସଭା ଭିତରକୁ ମାନେ ନିଜର ମୋବାଇଲ ଫୋନ ନେଇ ଯାଇପାରିବେ ନାହିଁ । ଏହାସହ ପତାକା ଓ ବ୍ୟାନର ମଧ୍ୟ ବ୍ୟାନ କରାଯାଇଛି । ଏହାସହ ଚଳିତ ଅଧିବେଶନରେ ମହିଳା ବିଧାୟକମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଧାନସଭାରେ ମହିଳା ବିଧାୟକମାନଙ୍କୁ ସେମାନଙ୍କର କଥା କହିବାର ଅଧିକ ସୁଯୋଗ ମିଳିବ । ନଭେମ୍ବର ୨୮ ତାରିଖରୁ ଉତ୍ତର ପ୍ରଦେଶ ବିଧାନସଭାରେ ଅଧିବେଶନ ହେବାକୁ ଯାଉଛି । ଏହି କ୍ରମରେ କିଛି ଗୁରୁତ୍ୱପ୍ରୂ୍ଣ୍ଣ ବିଧେୟକ ପାରିତ ହୋଇପାରେ ବୋଲି ଆକଳନ କରାଯାଉଛି ।

Advertisment

ଉତ୍ତର ପ୍ରଦେଶ ସରକାର ଚଳିତ ୫ ବର୍ଷ ମଧ୍ୟରେ ବିଭିନ୍ନ ନୂଆ ନିୟମ ଲାଗୁ କରିଛନ୍ତି । କିଛିଦିନ ତଳେ ରାଜ୍ୟରେ ହଲାଲ ସାର୍ଟିଫାଏଡ ପ୍ରଡକ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିେôଲ । ସେହିଭଳି ରାଜ୍ୟରେ ମାଫିଆମାନଙ୍କ ଉପରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।