ମାତ୍ର ୧୦ ମିନିଟରେ ପାଆନ୍ତୁ ପାନକାର୍ଡ…ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

1,558

କନକ ବ୍ୟୁରୋ: ଆଧାର କାର୍ଡ ଥିଲେଏଣିକି ମାତ୍ର ୧୦ ମିନିଟରେ ମିଳିଯିବ ପାନ୍ । ଏଥିପାଇଁ ଏକ ସ୍ବତନ୍ତ୍ର ସୁବିଧା ପ୍ରଦାନ କରିଛି ଆୟକର ବିଭାଗ । ତେବେ ପୂର୍ବରୁ ପାନ୍ କାର୍ଡ ପାଇଁ ଆବେଦନ କରିବା ଲାଗି ଦୁଇ ପୃଷ୍ଠାର ଫର୍ମ ପୂରଣ କରିବାକୁ ପଡ଼ୁଥିଲା ଏବଂ କାର୍ଡ ପାଇବା ଲାଗି ମାସେ ଅପେକ୍ଷା କରିବାକୁ ପଡ଼ୁଥିଲା। ହେଲେ ଏବେ କିନ୍ତୁ ଆପଣଙ୍କୁ ଏଭଳି କୌଣସି ସମସ୍ୟାର ଆଉ ସମ୍ମୁଖୀନ ହେବାକୁ ପଡିବନି । ବିନା କୌଣସି ଖର୍ଚ୍ଚରେ ଆପଣ ମାତ୍ର ୧୦ ମିନିଟରେ ପାଇପାରିବେ ପାନକାର୍ଡ । ଆଉ ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛି ଆୟକର ବିଭାଗ । ଯାହା ସଂପର୍କରେ ଆମେ ଆଲୋଚନା କରିଛୁ ।

ଯଦି ଆପଣଙ୍କର ଆଧାର କାର୍ଡ ରହିଛି ତେବେ ଆପଣ ଏହି ସୁବିଧା ଅତି ସହଜରେ ପାଇପାରିବେ । କାରଣ ଇନଷ୍ଟାଂଟ ଇପା-ନ ପାନ କାର୍ଡ ପାଇବାକୁ ହେଲେ ଆଧାର ନମ୍ବର ନିହାତି ଜରୁରୀ । ଯାହାଦ୍ୱାରା ଆପଣଙ୍କ ନିକଟକୁ ଆଧାର ସହ ସଂଯୋଗ ହୋଇଥିବା ମୋବାଇଲ ନମ୍ବରରେ ଏକ ଓଟିପି ମିଳିବ , ଆଉ ଏହି ଓଟିପି ଜରିଆରେ ହିଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ । ବଡ କଥା ହେଉଛି ଆବେଦନ କରିବାର ମାତ୍ର ୧୦ ମିନିଟ୍ ଭିତରେ ହିଁ ଆପଣଙ୍କୁ ମିଳିଯିବ ଇ-ପାନକାର୍ଡ । ଯାହାକୁ ୟୁଆଇଡିଏଆଇ ତରଫରୁ ପିଡିଏଫ ଫର୍ମାଟରେ ଜାରି କରାଯିବ । ଅର୍ଥାତ୍ ସଫ୍ଟ କପି । ତେବେ ଏହି ଇ-ପାନ କାର୍ଡ ବି ଫିଜିକାଲ ତଥା ପ୍ଲାଷ୍ଟିକ୍ କାର୍ଡ ଭଳି ହିଁ ହୋଇଥାଏ । ତଥାପି କିନ୍ତୁ ଯଦି କୌଣସି ବ୍ୟକ୍ତି ଚାହିଁବେ ତେବେ ସେ ଏହାର ସଫ୍ଟ କପିର ଲାମିନେଟେଡ ଭର୍ସନ ବି ମାଗି ପାରିବେ । ମାତ୍ର ଏଭଳି ପାନ କାର୍ଡ ପାଇଁ ଆପଣଙ୍କୁ ୫୦ ଟଙ୍କା ଶୁଳ୍କ ବାବଦକୁ ଦେବାକୁ ହେବ ।

ଇନଷ୍ଟାଂଟ ପାନ ପାଇଁ କିଭଳି କରିବେ ଆବେଦନ

• ଆୟକର ବିଭାଗର ଇ-ଫିଲିଂ ପୋର୍ଟାଲକୁ ଯାଆନ୍ତୁ । ଏଠାରେ କ୍ୱିକ୍ ଲିଙ୍କସ ବିକଳ୍ପ ଉପରେ କ୍ଲିକ୍ କରନ୍ତି । ଏହାପରେ ଏଠାରେ ନଜର ଆସୁଥିବା ଇନଷ୍ଟାଂଟ ପାନ ଥ୍ରୁ ଆଧାର ଅପସନ ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ଏଠାରେ ଏକ ନୂଆ ପେଜ ଓପନ ହେବ । ଏଠାରେ ଥିବା ଗେଟ୍ ନ୍ୟୁ ପାନ ଲିଙ୍କ ଅପସନକୁ ଚୟନ କରନ୍ତୁ ।

• ନୂଆ ପାନ କାର୍ଡ ପାଇଁ ଏଠାରେ ଆପଣଙ୍କ ଆଧାର ନମ୍ବର ଦିଅନ୍ତୁ । ଏହାପରେ ଓଟିପି ଜେନରେଟ କରିବା ପାଇଁ ଦିଆଯାଇଥିବା କ୍ୟାପଚା କୋଡକୁ ଭରନ୍ତୁ । ତେବେ କ୍ୟାପଚା କୋଡ ଭରିବା ପରେ ଓଟିପି ଆପଣଙ୍କ ଆଧାର ଲିଙ୍କ ଥିବା ମୋବାଇଲ ନମ୍ବରକୁ ଆସିବ ।

• ଏବେ ଓଟିପି ଏବଂ ଆଧାର ଡିଟେଲ୍ସ ଭେରିଫିକେସନ କରନ୍ତୁ । ଏଥି ସହିତ ହିଁ ଆପ୍ଲିକେସନ ଭରିବା ସମୟରେ ଆପଣଙ୍କ ଇ-ମେଲ ଆଇଡି ମଧ୍ୟ ଭେରିଫିକେସନ କରନ୍ତୁ ।

• ସବୁ ପ୍ରକ୍ରିୟା ଶେଷ ହେବା ପରେ ଆଧାର ନମ୍ବରର ଇ-କେୱାଇସି ଡାଟା ୟୁଆଇଡିଏଆଇ ପାଖରେ ପହଂଚି ଯିବ । ଆଉ ଆପଣଙ୍କୁ ତୁରନ୍ତ ଇନଷ୍ଟାଂଟ ପାନ ଆଲର୍ଟ କରିଦିଆଯିବ । ତେବେ ଭଲ କଥା ହେଲା କି ଏସମସ୍ତ ପ୍ରକ୍ରିୟା କରିବାକୁ ଆପଣଙ୍କୁ ୧୦ ମିନିଟରୁ ଆଉ ଅଧିକ ସମୟ ଲାଗି ନାହିଁ ।