ଜଟିଳ ହେଉଛି କି ଗ୍ୟାସଷ୍ଟ୍ରିକ ସମସ୍ୟା? ପଢ଼ନ୍ତୁ କେମିତି କରିବେ ଉପଚାର...

Advertisment
ଜଟିଳ ହେଉଛି କି ଗ୍ୟାସଷ୍ଟ୍ରିକ ସମସ୍ୟା? ପଢ଼ନ୍ତୁ କେମିତି କରିବେ ଉପଚାର...

କନକ ବ୍ୟୁରୋ: ବଦଳୁଥିବା ଜୀବନ ଶୈଳୀ, ଖାଦ୍ୟପେୟ ଯୋଗୁଁ ଅନେକ ରୋଗ ଦେଖାଯାଏ। ସେଥି ମଧ୍ୟରୁ ଗ୍ୟାସଷ୍ଟ୍ରିକ ବା ଗ୍ୟାସ ହେଉଛି ଏକ ସାଧାରଣ ଭାବରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା।  ବିଶେଷଜ୍ଞ କହିବା ଅନୁଯାୟୀ, ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା ଯୋଗୁଁ ଆମକୁ ଗ୍ୟାସ ହୋଇଥାଏ।

ତେବେ ଗ୍ୟାସ ସମସ୍ୟା କଣ ଏବଂ ଏହାର ଲକ୍ଷଣ ବାବଦରେ ଆସନ୍ତୁ ଜାଣିବା।

ଗ୍ୟାଷ୍ଟ୍ରିକ୍ ସମସ୍ୟା କ’ଣ?

ଗ୍ୟାଷ୍ଟ୍ରିକ୍ ଅନୁବାଦରୁ ଆସିଛି ଗ୍ୟାସ୍ ଶବ୍ଦ

ଗ୍ୟାସ୍ ବା ଗ୍ୟାଷ୍ଟ୍ରିକ୍ ଏକ ସାଧାରଣ ରୋଗ

ପେଟ ଜଳାପୋଡ଼ା ହେବାକୁ ଗ୍ୟାସ୍ କହନ୍ତି

ଛାତି ପୋଡ଼ାଜଳାକୁ ମଧ୍ୟ ଗ୍ୟାସ୍ କୁହନ୍ତି

ଆମ୍ବିଳ ହାକୁଡ଼ିକୁ ଗ୍ୟାସ୍ କୁହନ୍ତି

ଖାଦ୍ୟ ହଜମ ହୋଇନପାରିଲେ ପେଟରେ ସାଧାରଣତଃ ଗ୍ୟାସ୍‌ ସୃଷ୍ଟି ହୋଇଥାଏ। ଭୋକ କମିଯିବା,ଓଜନ କମିଯିବା ଏସବୁ ଏହାର ପ୍ରମୁଖ ଲକ୍ଷଣ।

ଗ୍ୟାଷ୍ଟ୍ରିକର ଲକ୍ଷଣ କ’ଣ?

ଗ୍ୟାସ ବା ଗ୍ୟାଷ୍ଟ୍ରିକ ସମସ୍ୟା ଦୁଇ ପ୍ରକାର ହୋଇଥାଏ

ସାଧାରଣ ଗ୍ୟାସ୍ ସମସ୍ୟା ଏବଂ ଜଟିଳ ଗ୍ୟାସ୍ ସମସ୍ୟା

ସାଧାରଣ ପାଇଁ ବାହାରୁ ମେଡିସିନ୍ ଖାଇପାରିବେ

ଜଟିଳ ଗ୍ୟାସ୍ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନେବେ

ଗ୍ୟାସ୍ ସହ ବାରମ୍ବାର ବାନ୍ତି ହେବା, କଳା ଝାଡ଼ା ହେବା

ଭୋକ କମିଯିବା ରକ୍ତବାନ୍ତି ହେବା ଏବଂ ଓଜନ କମିଯିବା

ଖାଇବା ପରେ ପେଟ ଫମ୍ପେଇବା, ମଳ ସଫା ନହେବା

ଏହିସବୁ ଲକ୍ଷଣ ରେଡ୍ ଫ୍ଲାଗ୍ ବା ଜଟିଳ ଗ୍ୟାସ୍ ସମସ୍ୟା

ଗ୍ୟାଷ୍ଟ୍ରିକ୍ କାହିଁକି ହୁଏ?

ଆଜିର ଖାଦ୍ୟପାନୀୟ ହିଁ ଗ୍ୟାସ୍ର ମୁଖ୍ୟ କାରଣ

ଶରୀର ଦୁଇଟି ଅର୍ଗାନ ବାହ୍ୟ ପରିବେଶ ସହ ଜଡ଼ିତ

ଖାଦ୍ୟ ନଳୀ ଏବଂ ଫୁସଫୁସ୍ ଗ୍ୟାସ୍ ପ୍ରଭାବିତ ହେବା ଏକ ସମସ୍ୟା

ସବୁଜ ବିପ୍ଳବ ପରେ ପରେ ଫାଷ୍ଟ୍ ଫୁଡ୍, ଜଙ୍କ୍ ଫୁଡ୍ ଦାୟୀ

ଠିକ୍ ସମୟରେ ନଖାଇବା ମଧ୍ୟ ଗ୍ୟାଷ୍ଟ୍ରିକର କାରଣ

ଗତ ୨୦ ବର୍ଷରେ ଅଧିକ ଦେଖାଯାଉଛି ଗ୍ୟାଷ୍ଟ୍ରିକ୍ ସମସ୍ୟା

ଗ୍ୟାଷ୍ଟ୍ରିକ୍ ଭଲ ହେବ କେମିତି ?

ପ୍ରତିଦିନ ସଠିକ୍ ସମୟରେ ଖାଇବା ଆବଶ୍ୟକ

କିଛି ସ୍ୱତନ୍ତ୍ର ଫଳମୂଳକୁ କମ୍ ଖାଇବା ଜରୁରୀ

ଗ୍ଲୁକୋଜ୍ ଏବଂ ଫ୍ଲୁଟୋଜ୍ ଥିବା ଖାଦ୍ୟଠୁ ଦୂରେଇ ରହିବା

ବ୍ୟାୟାମ ଏବଂ ଯୋଗ ସପ୍ତାହକୁ ୫ ଦିନ କରିବା ଦରକାର

ଏହା ବ୍ୟତୀତ ତେଲ ମସଲା ଭଳି ଖାଦ୍ୟପେୟରୁ ଦୁରେଇ ରୁହନ୍ତୁ। ଖାଦ୍ୟରେ ସବୁଜ ପନିପରିବା, ଫଳମୂଳ ଆଦିକୁ ଅଧିକ ଖାଇବା ଦରକାର। ତେଲ ମସଲା, ଛଣାଛଣିଯୁକ୍ତ ଖାଦ୍ୟରୁ ନିବୃତ୍ତ ରହନ୍ତୁ ଗ୍ୟାସ୍‌ ସମସ୍ୟାକୁ ଏଡ଼ାଇବାକୁ ସକାଳେ ସନ୍ଧ୍ୟାରେ ଏକ୍ସରସାଇଜ କରନ୍ତୁ। ଜୋର ଜୋର କରି ଚାଲନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe