୧୫ ଜୁନ୍ ପରେ ଦେଶରେ ପୁଣି ହେବ କି ସମ୍ପୂର୍ଣ୍ଣ ଲକଡାଉନ? ଜାଣନ୍ତୁ ଭାଇରାଲ ହେଉଥିବା ମେସେଜର ସତ କଣ?

Advertisment
୧୫ ଜୁନ୍ ପରେ ଦେଶରେ ପୁଣି ହେବ କି ସମ୍ପୂର୍ଣ୍ଣ ଲକଡାଉନ? ଜାଣନ୍ତୁ ଭାଇରାଲ ହେଉଥିବା ମେସେଜର ସତ କଣ?

କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ୪ଟି ପର୍ଯ୍ୟାୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଜୁନ୍ ୧ରୁ ଅନଲକ-୧ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଅନଲକ-୧ରେ ଲକଡାଉନର ଅନେକ କଟକଣାକୁ କୋହଳ କରାଯାଇଥିଲା । କିନ୍ତୁ ଦେଶରେ ଅନଲକ-୧ ଲାଗୁ ହେବା ପରେ କରୋନା ସଂକ୍ରମଣ ପୂର୍ବପେକ୍ଷା ଅଧିକ ବଢିଛି । ଆଉ ଏଭଳି ସମୟରେ ସୋସିଆଲ ମିଡିଆରେ ପୁଣିଥରେ ଲକଡାଉନକୁ ନେଇ ଏକ ଖବର ଜୋରଦାର ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜରେ କୁହାଯାଇଛି ଯେ, ଦେଶର ପୁର୍ନବାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା ହୋଇପାରେ ।

ଏକ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମର ଲୋଗୋ ଥିବା ଏକ ମେସେଜ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପୁଣିଥରେ ସମ୍ପୂର୍ଣ୍ଣ ଲକଡାଉନ ହୋଇପାରେ ବୋଲି କୁହାଯାଇଛି । ଆଉ ଏହି ମେସେଜ ଭାଇରାଲ ହେବା ପରେ ଲୋକଙ୍କର ଚିନ୍ତା ବଢିଯାଇଛି । କିନ୍ତୁ ଏହି ମେସେଜର ସତ୍ୟତା ଉପରୁ ପରଦା ଉଠାଇଛି ପିଆଇବି ଫ୍ୟାକ୍ଟ ଚେକ୍ । ଫେକ୍ ନ୍ୟୁଜ୍ ଭାଇରାଲ କରୁଥିବା ବ୍ୟକ୍ତି ଏଥିପ୍ରତି ସାବଧାନ ରୁହନ୍ତୁ ବୋଲି କୁହାଯାଇଛି । ଏଭଳି ମିଥ୍ୟା ମେସେଜ ଭାଇରାଲ କରିବା ଆଇନତଃ ଅପରାଧ । ଏଭଳି ମେସେଜ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ଗିରଫ କରିପାରିବ ପୋଲିସ ।

ଏହାପୂର୍ବରୁ ରାଜ୍ୟରେ ମଧ୍ୟ ସଟଡାଉନ ଅବଧି ବୃଦ୍ଧି ହେବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା । କିନ୍ତୁ ଏହାକୁ ପରବର୍ତ୍ତୀ ସମୟରେ ଖଣ୍ଡନ କରିଥିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ପୂର୍ବ ନିର୍ଦ୍ଧାରିତ ୧୧ ଜିଲ୍ଲାରେ ଶନି-ରବି ସଟଡାଉନ ରହିବ । ତେଣୁ କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ କହିଥିଲେ ପ୍ରଦୀପ । ଏପରିକି ଅଯଥାରେ ଲୋକେ ଭୟଭୀତ ନହୋଇ କୌଣସି ଜିନିଷପତ୍ର କିଣନ୍ତୁ ନାହିଁ ବୋଲି ଟ୍ୱିଟ୍ କରି ଅନୁରୋଧ କରିଥିଲେ ପ୍ରଦୀପ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe